Odiapua.com

ଛେଣ୍ଡିପଦାରେ ଭବ୍ୟ ସ୍ୱାଗତ ପାଇଁ ଦଳର କାର୍ଯ୍ୟକର୍ତା ଓ ସ୍ଥାନୀୟ ଲୋକମାନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା, ଜାନୁଆରୀ ୧୦ (ଓଡ଼ିଆ ପୁଅ) – ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନତଡା ଆମ୍ବପାଳ ଠାରେ ଦଳର କାର୍ଯ୍ୟକର୍ତା ଓ ସ୍ଥାନୀୟ ଲୋକମାନେ ଭବ୍ୟ ସ୍ୱାଗତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏକ ସ୍ୱତନ୍ତ୍ର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଧୀରେ ଧୀରେ ଶିଳ୍ପାଂଚଳରେ ପରିଣତ ହେଉଥିବା ଛେଣ୍ଡିପଦା ନିର୍ବାଚନ ମଣ୍ଡଳିର ନତଡା ଆମ୍ବପାଳ ଅଂଚଳର ବିକାଶ, ରୋଜଗାର, ସ୍ୱରୋଜଗାର ସମସ୍ୟାର ସମାଧାନ ସ୍ଥାନୀୟ ଲୋକମାନଙ୍କ ସ୍ୱାର୍ଥ ଆଧାରରେ କରିବା ପାଇଁ ସମସ୍ତେ ସାମୂହିକ ପ୍ରଚେଷ୍ଟା କରିବା ନେଇ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି।