Odiapua.com

ଛୁରୀ ମାଡ଼ରେ ଜଣେ ଆହତ

ନବରଙ୍ଗପୁର ୨୧-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ମହକୁମା ବସ ଷ୍ଟାଣ୍ଡ ନିକଟରେ ଛୁରା ମାଡରେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ନଅ ଘଣ୍ଟା ସମୟରେ ବସ ଷ୍ଟାଣ୍ଡ ନିକଟରେ ପ୍ରେମ ଗୁପ୍ତା ନିଜ ଦୋକାନରେ ଥିଲେ। ଏଥି ସମୟରେ ଦୁଇଜଣ ଯୁବକ ଦୋକାନ ଭିତରକୁ ପଶିଗଲେ। ଅପରାହ୍ନରେ ସେହି ଦୁଇ ଜଣ ପ୍ରେମ ଓ ତାଙ୍କ ପୁଅ କାହ୍ନା ସହ ଗଣ୍ଡଗୋଳ କରି ମୁହଁକୁ ଖଣ୍ଡିଆ କରିଦେଇ ଥିଲେ।

ଗଣ୍ଡଗୋଳ କରିଥିବା ନେଇ ପ୍ରେମ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅପରାହ୍ନରେ ଗଣ୍ଡଗୋଳ କରି ପୁନର୍ବାର ରାତ୍ରରେ ଦୋକାନରେ ପଶିବାକୁ ବାରଣ କରିବାରୁ ପ୍ରେମଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ପୋଲିସ ଖବର ପାଇ ଆହତ ବ୍ୟକ୍ତିକୁ ଡାକ୍ତରଖାନାକୁ ନେଇଥିଲେ। ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଆର ଜଣକ ଫେରାର ଥିବା ଜଣାପଡ଼ିଛି। ଦୋଷୀ ବିରୁଦ୍ଧରେ ଦ୍ରୁଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଗଲେ, ଆଗାମି ଦିନରେ ଯେଭଳି ପୁନରାବୃତି ନ ହୁଏ ସେ ନେଇ ଡାବୁଗାଁ ବୁଦ୍ଧୀଜୀବି ମହଲରେ ଦୃଢ ଦାବି ହେଉଛି।