Odiapua.com

ଛୁଟି ଦିନରେ ନିୟୋଜନକୁ ପିଇଓ ଓଜିଆରଏସଙ୍କ ବିରୋଧ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ ରୋଜଗାର ସେବକମାନେ ସରକାରୀ ଛୁଟି ଦିନକୁ ଉପଯୁକ୍ତ ଭାବେ ପାଳନ କରି କୌଣସି ସରକାରୀ କାର୍ଯ୍ୟରେ ନିୟୋଜିତ ନକରିବାକୁ ଏକ ଦାବିପତ୍ର ବିଡିଓ ବିଜୟ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ନିର୍ଦ୍ଦିଷ୍ଟ ଭାବେ କରୋନା ମହାମାରୀ ବ୍ୟାପିବା ଦିନ ଠାରୁ ବ୍ୟକ୍ତିଗତ ଭାବେ ସାପ୍ତାହିକ, ମାସିକ ଅଥବା ସ୍ୱତନ୍ତ୍ର ଭାବେ ଘୋଷିତ ସରକାରୀ ଛୁଟି ବା ଅବସର ଦିନରେ ସରକାରୀ କାର୍ଯ୍ୟରେ ନିୟୋଜିତ ରହି ବ୍ୟକ୍ତିଗତ, ପାରିବାରିକ ଓ ଘରୋଇ ଜୀବନ ଠାରୁ ଦୂରରେ ରହି ବିପର୍ଯ୍ୟସ୍ତ ଅନୁଭବ କରୁଛନ୍ତି ବୋଲି ଦାବିପତ୍ରରେ ଦର୍ଶାଇଛନ୍ତି । ଏହା ଦ୍ୱାରା କାର୍ଯ୍ୟ କରିବାର ସୃହା କ୍ରମେ ହ୍ରାସ ପାଉଛି । ପରିସ୍ଥିତି କ୍ରମେ ସ୍ୱାଭାବିକ ହେଉଥିବାରୁ ଛୁଟିଦିନକୁ ଉପଯୋଗ କରିବାକୁ ଅନୁମତି ଦେବାକୁ ଅନୁରୋଧ କରାଯାଇଛି । ଏପରିକି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ପୁଣି ବିନାଛୁଟିରେ କାର୍ଯ୍ୟ କରିବାକୁ ସମ୍ମତି ମଧ୍ୟ ପ୍ରଦାନ କରାଯାଇଛି । ବୈଦେହୀ ମୁଣ୍ଡା, ସରୋଜ କୁମାର ରାଉତରାୟ, ବିକ୍ରମ କୁମାର ସାହୁ, ଗୋପାଳ କିଶୋର ପଣ୍ଡା, ନରେନ୍ଦ୍ର କୁମାର ରାଉତ, ନାରାୟଣ ଚନ୍ଦ୍ର ଦାସ, ଅଜିତ କୁମାର ବେହେରା, ଦିଲ୍ଲିପ ରାଉତ, ପ୍ରମୋଦ କୁମାର ମିଶ୍ର, ରବିନାରାୟଣ ପାତ୍ର ନିତ୍ୟାନନ୍ଦ ପଣ୍ଡା, ଗୌରାଙ୍ଗ ଦେହୁରୀ ଆଦି ପିଇଓ ଓ ବିଶ୍ୱନାଥ ମହାରଣା, ପ୍ରମିଳା କୁମାରୀ ନାୟକ, ନିଶିକାନ୍ତ ଜେନା, ମନୋଜ ଦାସ, ହିମାଳୟା ନାୟକ, ହିମାଦ୍ରୀ ନନ୍ଦିନୀ ନାୟକ, ସନ୍ତୋଷ କୁମାର ରାଉତ, ମାନସ ଚନ୍ଦ୍ର ସାମଲ, ଅରୁଣ କୁମାର ପାତ୍ର ଆଦି ଜିଆରଏସଙ୍କ ସ୍ୱାକ୍ଷରରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ପିଇଓ ଓ ଜିଆରଏସ ସଂଘ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବିଡିଓଙ୍କୁ ଅନୁରୂପ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି ।