Odiapua.com

ଛୁଆଁ ଅଛୁଆଁ ଭେଦଭାବ ହେଉଛି ହିନ୍ଦୁ ଧର୍ମର ବିରୋଧୀ, ପାଳିଆ ମଣ୍ଡଳ ପକ୍ଷରୁ ହିନ୍ଦୁ ସମ୍ମିଳନୀ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପାଳିଆବିନ୍ଧା ପଂଚାୟତ ଅଧୀନ ପାଳିଆ ଗ୍ରାମସ୍ଥିତ ଐତିହାସିକ ବିରଂଚି ନାରାୟଣ ମନ୍ଦିର ନିକଟରେ ପାଳିଆମଣ୍ଡକ ପକ୍ଷରୁ ସମଗ୍ର ହିନ୍ଦୁ ସମାଜ ସହଯୋଗରେ ରବିବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପାଳିଆ ମଣ୍ଡଳ ସଂଯୋଜକ ବିଭୂତି ଭୂଷଣ ବିଶ୍ୱାଳଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜିଲା କାର୍ଯ୍ୟକର୍ତା ମାନସ ମହାନ୍ତି ଯୋଗଦେଇ ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ହିନ୍ଦୁଧର୍ମ ବିରୋଧୀ।ହିନ୍ଦୁ ଧର୍ମରେ ସମସ୍ତ ମଣିଷ ଜାତି ସମାନ।ପୂର୍ବରୁ କେହି ମୁସଲମାନ କି ଖ୍ରୀଷ୍ଟିୟାନ ନଥିଲେ ହିନ୍ଦୁଙ୍କୁ ଭାଗ ଭାଗ କରାଯାଇ ଜାତିଭେଦ ସୃଷ୍ଟି କରାଯାଇଛି ବୋଲି କହିବାସହ ସମସ୍ତଙ୍କ ଭିତରେ ଦେଶ ପ୍ରତି ଜାଗ୍ରତ କରାଇବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ତଥା ପ୍ରବଚକ ସୁବାସ ଚନ୍ଦ୍ର ଦାସ ଯୋଗଦେଇ ପିତା ମାତାଙ୍କୁ ପ୍ରତିଦିନ ସକାଳୁ ପ୍ରଣାମ କରିବା ସଙ୍ଗେ ସଙ୍ଗେ ଘରେ ଗୀତାଭାଗବତ ରଖି ପଢିଲେ କୁସଂସ୍କାର ଦୁରହେବା ସହିତ ହିନ୍ଦୁତ୍ୱ ଭାବ ଜାଗ୍ରତ ହୋଇପାରିବ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ମହର୍ଷି ବାଲ୍ମୀକି ଆଶ୍ରମର ପ୍ରତିଷ୍ଠାତା ବାବା ଗଙ୍ଗାରାମ ଦାସ, ଅକ୍ଷୟ ବିଶ୍ୱାଳ ପ୍ରମୁଖ ଯୋଗଦେଇ ପ୍ରତି ମଣିଷର ହିନ୍ଦୁତ୍ୱର ଜାଗରଣ ହେଲେ ଦେଶରେ ଅଖଣ୍ଡତା ଓ ସାର୍ବଭୌମତାର ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ମତପୋଷଣ କରିଥିଲେ କ୍ଷ ଅନ୍ୟମାନଙ୍କ ମଧ୍ୟରେ ଜିଲା ସମ୍ପାଦକ ରଶ୍ମିରଞ୍ଜନ ରାଉତ, ଅର୍ଜୁନ ଚରଣ ସେନାପତି, ତିହିଡି଼ ଖଣ୍ଡ କାର୍ଯ୍ୟକର୍ତା ବସନ୍ତ କୁମାର ସାହୁ, ଦୁର୍ଗାବାହିନୀର ସିପ୍ରା ରାଉତ, ତିହିଡି଼ ଖଣ୍ଡ ସଂଯୋଜକ କିଶୋର ନାୟକ, ଭାଗିରଥି ଆଚାର୍ଯ୍ୟ, ଭାବଗ୍ରାହୀ ନାୟକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ମନ୍ଦିର ସେବକ ସୁବୋଧ ଚରଣ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରପଂଚ ଯଶୋଦା ମଲ୍ଲିକ, ପୂର୍ବତନ ସରପଂଚ ଉଷାକାନ୍ତ ନାୟକ, ଅଭିମନ୍ୟୁ ମହାନ୍ତି, ଗଜେନ୍ଦ୍ର ପହ୍ଲାଇ, ବିଶ୍ୱମ୍ବର ସାହୁ, ପ୍ରଶାନ୍ତ ପହ୍ଲାଇ ପ୍ରମୁଖଙ୍କ ସହ ବହୁ ହିନ୍ଦୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ମଣ୍ଡଳ କର୍ମକର୍ତା ରତିକାନ୍ତ ପାତ୍ର, ବିଶ୍ୱରଞ୍ଜନ ସାହୁ, ଭକ୍ତହରି ମହାଳିକ, ଅଲେଖ କୁମାର ସେଠୀ, ମନୋଜ କୁମାର ପାତ୍ର, ମାନସ ରଞ୍ଜନ ସାହୁ, ଅଶୋକ ଜେନା, ଉତ୍କଳ ନାୟକ, ଦୀପକ ସାହୁ, ପ୍ରୀତିରଞ୍ଜନ ସାମଲ, ରାଜେଶ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।