Odiapua.com

ଛିନତାଇ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଗିରଫ

ପୁରୀ, ୧୮/୦୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଛିନତାଇ କରି ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ପୁରୀ ଚନ୍ଦନପୁର ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ରମେଶ ପରିଡ଼ା। ସେହିପରି ଦାଦାବଟି ଅଭିଯୋଗରେ ପୋଲିସ ଟୁଟୁ ସ୍ୱାଇଁକୁ ଗିରଫ କରିଛି। ଅନ୍ୟପଟେ, ଜଣେ ଜବାନଙ୍କ ଠାରୁ ଲୁଟ ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ମେଘାନନ୍ଦ ପ୍ରଧାନ ଓ ବଳରାମ ବରାଳଙ୍କୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି।