Odiapua.com

ଛିନତାଇ ଅଭିଯୋଗରେ ମାମଲା ଋଜୁ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ପାଳଦା ଛକ ନିକଟରୁ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ ହୋଇଥିବା ଅଭିଯୋଗରେ ମାମଲା ଋଜୁ ହୋଇଛି। ଅଭିଯୋଗ ଅନୁଯାୟୀ ଭଦ୍ରକ ଆରଡି ଛକ ଅଞ୍ଚଳର ମଧୁସ୍ମିତା ନାୟକ ସାନଭାଇ ରଞ୍ଜନ କୁମାର ଦାସଙ୍କ ସହ ଭଣ୍ଡାରିପୋଖରୀକୁ ବାଇକ ଯୋଗେ ଆସୁଥିବା ବେଳେ ନଳାଙ୍ଗ ନିକଟରୁ ବାଇକରେ ଦୁଇ ଜଣ ଲୁଟେରା ପିଛା କରିଥିଲେ। ପାଳଦା ଛକ ନିକଟରେ ମଧୁସ୍ମୀତାଙ୍କ ବେକରୁ ସୁନା ଲକେଟ ସହ ଚେନ ଛିଡାଇ ଲୁଟେରାମାନେ ଛତାବର ଅଞ୍ଚଳ ଆଡକୁ ଦ୍ରୁତ ବେଗରେ ପଳାଇ ଯାଇଥିଲେ। ମଧୁସ୍ମୀତାଙ୍କ ସାନଭାଇ ପିଛାକରି ଛତାବର ଛକ ଅଞ୍ଚଳର ବ୍ୟକ୍ତିଙ୍କ ସହାୟତାରେ ମଞ୍ଜୁରୀରୋଡ ଆଡକୁ ପଳାଇଯାଉଥିବା ଳୁଟେରାକୁ କାବୁ କରିନେଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଥିବା ଜଣାଯାଇଛି। ଧରାପଡିଥିବା ଲୁଟେରା ଠାରୁ ସୁନା ଚେନ ଉଦ୍ଧାର ହୋଇଥିବା ବେଳେ ଲକେଟ ମିଳିନାହିଁ। ଖବର ପାଇ ପୁଲିସ ବାଇକ ସହ ଲୁଟେରା ଯାଜପୁର ଜିଲ୍ଲା ଶଙ୍ଖଚିଲା ଅଞ୍ଚଳର ଦୁର୍ଯ୍ୟୋଧନ ସାହୁର ପୁଅ ଅଜୟକୁ ଧରି ଥାନାକୁ ଆଣିଥିବା ଜଣାଯାଇଛି। ମଧୁସ୍ମୀତାଙ୍କ ଅଭିଯୋଗ କ୍ରମେ ଥାନାରେ ୩୨୩/୨୨ନଂ ମାମଲା ଋଜୁ ହୋଇଛି।