Odiapua.com

ଛାମୁଆ ଯୁବନେତା ରୂପକ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବିଜୁ ଜନତା ଦଳର ଜଣେ ଛାମୁଆ ଯୁବନେତୃତ୍ୱ ଭାବେ ସ୍ୱର୍ଗତଃ ରୂପକ ମିଶ୍ରଙ୍କ ଅନୁଦାନ ଅତୁଳନୀୟ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜନତା ଦଳରେ କାର୍ଯ୍ୟକରି ଏପର୍ଯ୍ୟନ୍ତ ତାଙ୍କ ସୁପୁତ୍ର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜ ଜୀବଦ୍ଦଶା ପର୍ଯ୍ୟନ୍ତ ଦଳର ଜଣେ ଆଗୁଆ ଯୁବନେତା ଭାବେ ନିଜ ଦକ୍ଷତାର ପ୍ରମାଣ ଦେଇଆସିଛନ୍ତି । ଏଣୁ ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ଦିଗରେ ଭଦ୍ରକର ଯୁବନେତୃବର୍ଗ ଆଗେଇ ଆସିବା ଉଚିତ୍ ବୋଲି ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏହି ଶ୍ରାଦ୍ଧବାର୍ଷିକରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଏହି ନିରାଡମ୍ବର ଶ୍ରାଦ୍ଧସଭାରେ ଯୋଗଦେଇ ସ୍ୱର୍ଗତଃ ମିଶ୍ରଙ୍କ ସ୍ମୃତିଚାରଣ ସହ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।