Odiapua.com

ଛାତ୍ର ହତ୍ୟା କାଣ୍ଡର ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ରଣପୁର ଥାନା ଇନସ୍ପେକ୍ଟରଙ୍କ ଦ୍ୱାରା ଅଟକ

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୨୭/୯- ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗ୍ରାମରେ ଗତ ସେପ୍ଟେମ୍ବର ୨୬ତାରିଖ ରାତ୍ରି ଦଶ ଘଟିକା ସମୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଜଣେ ନବମ ଶ୍ରେଣୀ ଛାତ୍ରକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟା କରାଯାଇଥିବା ଛାତ୍ର ଜଣକ ହେଉଛନ୍ତି ସୁମନ ବେହେରା (୧୪) । ସେ ମହତପଲ୍ଲା ହାଇସ୍କୁଲରେ ନବମ ଶ୍ରେଣୀ ରେ ପାଠ ପଢୁଥିଲେ । ତାଙ୍କ ବାପା ଯୁଧିଷ୍ଠିର ବେହେରା କେରଳରେ ଦାଦନ ଖଟୁଥିବା ଅବସ୍ଥାରେ  ଆଠ ବର୍ଷ ତଳେ ମୁତ୍ୟୁ ବରଣ କରିଥିଲେ । ତାଙ୍କ ମା ଜୟନ୍ତି ବେହେରା ଗ୍ରାମ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ରୋଷେଇ କରି ସୁମନକୁ ପାଠ ପଢାଉଥିଲେ ।

ସୁମନ ୨୬ତାରିଖ ରାତି ଆଠ ଘଟିକା ସମୟରେ ଟିୟୁସନରୁ ଫେରିବା ପରେ ତାଙ୍କ ସମ୍ପକୀୟ ବଂଶିକ ବଡ ବାପା ପୁଅ ଭାଇ ସୋମନାଥ ବେହେରା (୨୦) ତାଙ୍କୁ ଗ୍ରାମ ନିକଟରେ ଥିବା ନୂଆ ପୋଖରିକୁ ଝାଡା ଜିବା ବାହାନାରେ ଡାକି ନେଇଥିଲେ  ।  ଗ୍ରାମର ଅନ୍ୟ ଜଣେ ଯୁବକ ଧାନ ଜମିରୁ ଷଣ୍ଢ ତଡିବାକୁ ଯିବାବେଳେ ସୁମନର  ମୃତ ଦେହ ଗଳା କଟା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଗ୍ରାମରେ ଘଟଣାଟି ପ୍ରଚାର ପରେ ରଣପୁର ଥାନା ପୋଲିସ୍ କୁ ଖବର ଦିଆଯାଇଥିଲା  । ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଖବର ପାଇଲା ପରେ ସବ୍ ଇନିସ୍ପେକ୍ଟର ପ୍ରିତୀ ପ୍ରକାଶ ମହାନ୍ତି ସହ ସଦଳବଳେ ଘଟଣା ସ୍ଥଳରେ ପହଂଚି ସବ ଜବତ କରି ପୋଷ୍ଟମଟମ୍ ପାଇଁ ରଣପୁର ସରକାରୀ ଡାକ୍ତରଖାନା କୁ ଆଣିଥିଲେ  । ସୁମନ ହତ୍ୟାକାଣ୍ଡକୁ ନୟାଗଡ ଏସ୍‌.ପି ପ୍ରତ୍ୟୁଷ ଦିୱାକର ପ୍ରତ୍ୟକ୍ଷ ଭାବରେ ଦେଖୁଥିଲେ । ଖୋର୍ଧା ସାଇଟିଫିକ୍ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । ପ୍ରକାଶ ଥାଉକି ପୋଲିସ୍‌ର ସୂଚନା ଅନୁଯାଇ ଉଭୟ ପରିବାର ମଧ୍ୟରେ ପୁର୍ବରୁ ଶତୃତା ରହିଥିଲା । ନୃଶଂସ ସୁମନ ହତ୍ୟାକାଣ୍ଡର ୨୪ ଘଣ୍ଟା ନପୁରୁଣୁ ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଅଭିଯୁକ୍ତ ସୋମନାଥ ବେହେରାକୁ ଗିରଫ କରି ରଣପୁର ଥାନାରେ ଅଟକ ରଖି ଅଧିକ ତଦନ୍ତ ପାଇଁ ପଚରା ଉଚରା  ଜାରି ରଖିଥିବା ଜଣାପଡିଛି ।