Odiapua.com

ଛାତ୍ର ନିଖୋଜ, ପୁଲିସ୍‌ର ଦ୍ୱାରସ୍ଥ ହେଲେ ପରିବାର

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଚାରିଘରିଆ ଆଦିବାସୀ କଲୋନୀରେ ରହୁଥିବା ଜଣେ ୧୯ ବର୍ଷର ଯୁବକର ନିଖୋଜ ନେଇ ତାର ପରିବାର ଲୋକେ କାନ୍ଦି କାନ୍ଦି ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ମୂଳେ ଆଦିବାସୀ କଲୋନୀର ରମାକାନ୍ତ ମଳିକଙ୍କ ପୁତ୍ର ବୀରେନ ଯୁକ୍ତ ଦୁଇ ପଢିବା ପରେ ନିଟ୍ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ସେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାର କୌଣସି ସାଙ୍ଗ, ବନ୍ଧୁବାନ୍ଧବଙ୍କ ଘରୁ ନିରାଶ ହୋଇଥିଲେ। ତେବେ ବୀରେନ ଘରୁ ଯିବାବେଳେ ତାର ଫୋନ୍ କିମ୍ବା କୌଣସି ଜିନିଷପତ୍ର ନେଇନଥିଲା। ସେଦିନ ରାତିରେ ବୀରେନ ଆରଡିଛକରୁ ଏକ ବାଇକ୍‌କୁ ଲିଫ୍ଟ ମାଗି ବନ୍ତଛକକୁ ଆସିଥିବା ବିଷୟ ଜଣେ ବ୍ୟକ୍ତି କହିଥିବାବେଳେ ସେଦିନ ରାତି ୧୦ଟାରୁ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିବାର ଜଣାପଡିଛି। ପୁଲିସ୍ ବିଭିନ୍ନ ସିସିଟିଭି ଯାଂଚ କରିବା ପରେ ମଧ୍ୟ ତାର କୌଣସି ପତା ଏପର୍ଯ୍ୟନ୍ତ ପାଇପାରିନାହିଁ।