Odiapua.com

ଛାତ୍ର କଂଗ୍ରେସ ପକ୍ଷରୁ ନାଗରିକ ସଂଶୋଧନ ଆଇନକୁ ବିରୋଧ

ଭୁବନେଶ୍ୱର ୨୦.୧୨ (ଓଡ଼ିଆ ପୁଅ) – କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ ନାଗରିକ ସଂଶୋଧନ ଆଇନର ନିଷ୍ପତିକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଂଗ୍ରେସ ଭବନରୁ ଏକ ମଶାଲ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଂଟିନ ଛକ ନିକଟରେ ପଂହଚିଥିଲା। ସେଠାରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ କେନ୍ଦ୍ର ସରକାର ବିରୋଧି ଶ୍ଳୋଗାନ ମାନ ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆଦିତ୍ୟ ପ୍ରିତମ ଦାସ, ନିରଞ୍ଜନ ଦାସ, ସୌମ୍ୟରଞ୍ଜନ ଜେନା, ବିଶ୍ୱଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ, ଦେବାଶିଷ ମହାପାତ୍ର, ବ୍ରଜଭୂଷଣ ସାହୁ, ଅଲେଖ ବେହୁରା, ଦେବାଶିଷ ଜେନା, ଚନ୍ଦନ ବେହେରା, ସନ୍ତୋଷ ପ୍ରଧାନ ଏବଂ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଓ ଶୁଭେଛୁ ଅଂଶଗ୍ରହଣ କରିଥିଲେ।