ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ପରିବାରକୁ ନ୍ୟାୟ ଦାବିରେ ତିହିଡ଼ି ବ୍ଲକ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଗୁରୁବାର ବନ୍ଦ ପାଳନ କରାଯାଇଥିଲା । ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇ ଶାନ୍ତି ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଥିଲା । ବ୍ଲକ, ତହସିଲ, ସବ୍ରେଜେଷ୍ଟ୍ରି, ସବ୍ଟ୍ରେଜେରୀ କାର୍ଯ୍ୟାଳୟର ସହିତ ସମସ୍ତ ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନକୁ ଯାଇ ନେତା ଓ କର୍ମୀମାନେ ବନ୍ଦ କରିଥିଲେ । ଏଥିସହିତ ବଜାରର ସମସ୍ତ ଦୋକାନ ବନ୍ଦ ରହିବା ସହିତ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଫଳରେ ଜନଜୀବନ ପ୍ରଭାବିତ ହୋଇଥିଲା । ଏହି ଆନ୍ଦୋଳନରେ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ଗଜେନ୍ଦ୍ର ପରିଡ଼ା, ସୁରେଶ ମହାପାତ୍ର, ବେଣୁଧର ଦାସ, କୈଳାସ ପାତ୍ର, ବଳରାମ କବି, ବିକ୍ରମ ଜେନା, ପୀତାମ୍ବର ସେଠୀ, ସୁଧାଂଶୁ ଶେଖର ମାହୁନ୍ତ, ଶିବପ୍ରସାଦ ନାୟକ, ତ୍ରିଲୋଚନ ମହାଳିକ, ସୌମ୍ୟଗୋପାଳ ନାୟକ, ମୀନକେତନ ସେନାପତି, ସାମ୍ୟପ୍ରକାଶ ନାୟକ, ଗୋରାବାବୁ ସାହା, ଦୀପକ ଦାସ, କରୁଣାକର ମହାରଣା, ସୌମେନ୍ଦ୍ର ପଣ୍ଡା, ନାରାୟଣ ଜେନା ଏବଂ ସିପିଏମ ଆଂଚଳିକ କମିଟି ସମ୍ପାଦକ ବିଷ୍ଣୁ ଚରଣ ଦାଶ, ବରିଷ୍ଠ ବାମପନ୍ଥୀ ନେତା ପ୍ରଫୁଲ୍ଲ ପାଢ଼ୀ, ନାରାୟଣ ଚନ୍ଦ୍ର ଦାଶ, ରମେଶ ଜେନା, ସତ୍ୟବ୍ରତ କୁଣ୍ଡ, ଶ୍ରୀଧର ଜେନା, ଜ୍ୟୋତିର୍ମୟ ମଳିକ, ଭାଗବତ ସେନାପତି ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ । ସେହିପରି ଗଦି ବଜାରରେ କଂଗ୍ରେସ ନେତା ବସନ୍ତ ନାୟକ, ସୁଦର୍ଶନ ସ୍ୱାଇଁ, ସିପିଆଇ ଆଂଚଳିକ କମିଟି ସମ୍ପାଦକ ସନ୍ଥ ଚରଣ ବିଶ୍ୱାଳଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିଲା । ଏଥିସହିତ ପୀରହାଟ, କମାରିଆ, ଗୋଳାପୋଖରୀ, ଦୋଳସାହିରେ ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଥିବା ଜଣାପଡ଼ିଛି ।