ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏଫ୍ଏମ୍ କଲେଜର ଅଧ୍ୟାପକଙ୍କ ଠାରୁ ନିର୍ଯାତନାର ଶିକାର ହୋଇଥିବା ବାଲେଶ୍ୱର ଭୋଗରାଇ ମାଟିର ଝିଅ ସୌମ୍ୟାଶ୍ରୀ ବିଶି ନ୍ୟାୟ ନ ପାଇ ଆତ୍ମାହୁତି ଦେବା ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ବ୍ୟଥିତ ଓ ମର୍ମାହତ କରିଛି। ଜୀବନ ଯୁଦ୍ଧରେ ହାରିଗଲେ ମଧ୍ୟ ସୌମ୍ୟାଶ୍ରୀ ସବୁ ଛାତ୍ରୀ ଓ ମହିଳାମାନଙ୍କ ଲାଗି ସାହସ ଓ ସଂଘର୍ଷର ପ୍ରତୀକ ପାଲଟି ଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳ ତରଫରୁ ଭୋଗରାଇର ସୁଲତାନପୁର ପଓଠାୟତ ସ୍ଥିତ ବାଇତପୁର ଯାତ୍ରା ପଡ଼ିଆ ଠାରେ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ, ଯୁବ ଓ ମହିଳା କର୍ମକୠର୍ା ଓ ସକ୍ରୀୟ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ।