Odiapua.com

ଛାତ୍ରୀଙ୍କ ବିଷପାନରେ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର, ୩୧-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୁରିବାହାଲ ଥାନା ଗରେଇଁ ଗ୍ରାମ ପଂଚାୟତର ଅସୁରମୁଣ୍ଡା ଗ୍ରାମରେ ଜଣେ ଛାତ୍ରୀ ପ୍ରେମରେ ପ୍ରତାରଣା ପାଇବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ବିଷପାନ କରି ଗୁରୁତର ହେବା ପରେ ତାଙ୍କ ପରିବାର ଲୋକେ ଟିଟିଲାଗଡ ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ନେଇ ଚିକିସା କରିଥିଲେ ହେଲେ ଡାକ୍ତର ଚିକିସା କରୁଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଛାତ୍ରୀଙ୍କ ମାଁ ମୁରିବାହାଲ ଥାନାରେ ତାଙ୍କ ମୃତା ଝିଅର ପ୍ରେମିକ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ମୁରିବାହାଲ ଥାନା ଗରେଇଁ ପଂଚାୟତର ଅସୁରମୁଣ୍ଡା ଗ୍ରାମର ହଜ ସେଲମାଙ୍କ ପୁଅ ଗଣେଶ ସେଲମା ଭଲ ପାଇବା ଓ ବାହା ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା, ପରେ ଝିଅଟିକୁ ପ୍ରତାରଣା କରି ଅନ୍ୟତ୍ର ବାହା ହୋଇଯାଇଥିଲେ ଓ ପ୍ରେମିକାକୁ କହିଥିଲେ ଆଉ ତୋତେ ବାହା ହେବି ନାହ, ତୁ ତୋର କଣ କରିବୁ ବିଚାର କର। ଅନ୍ୟ ପକ୍ଷରେ ମୁରିବାହାଲ ଥାନାରେ ପୂର୍ବରୁ ଛାତ୍ରୀର ଅଶ୍ଲିଳ ଫଟୋ ଘଟଣାକୁ ନେଇ ଝିଅର ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଗତ ୦୬-୦୨-୨୦୧୯ ଦିନ କଲେଜକୁ ଯିବା ପାଇଁ ଛାତ୍ରୀ ଜଣକ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଶିକ୍ଷକ ଗଣେଶ ସେଲମା ତାକୁ ଡାକି କଲେଜରେ ଛାଡି ଦେବି ବୋଲି କହି ଅପହରଣ କରିନେଇ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ସ୍ଥାାପନ କରିଥିଲେ। ଏହା ସହିତ ଭିଡିଓ ଦୃଶ୍ୟକୁ ରେକଡିଙ୍ଗ କରି ଏବିଷୟରେ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। କିନ୍ତୁ ଫଟୋ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବା ପରେ ମୁରିବାହାଲ ଥାନାରେ କେଶ ରୁଜୁ ହୋଇ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗଣେଶ ଗିରଫ ହୋଇ ଜେଲ ଯାଇଥିଲେ ଓ ଚାକିରିରୁ ନିଲମ୍ବନ ହୋଇଥିଲେ। ଏହି ଖବର ମୁରିବାହାଲ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଗଣେଶ ଜେଲରୁ ଜାମିନରେ ଆସିଲା ପରେ ଅନ୍ୟ ଝିଅକୁ ବାହା ହେଇ ଘରକୁ ଆଣି ଥିଲା। ଏ ସଂପର୍କରେ ଛାତ୍ରୀ ଜଣକ ଜାଣିଲା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଅଛି। ରବିବାର ଛାତ୍ରୀ ଜଣକର ଶବ ବ୍ୟବଛେଦ ହେଲା ପରେ ଡାକ୍ତର ପରିବାର ଲୋକଙ୍କୁ ଶବ ସତ୍କାର ପାଇଁ ହସ୍ତାନ୍ତର କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଓ ଗ୍ରାମବାସୀ ଛାତ୍ରୀର ଶବକୁ ଏନ ଏଚ ୫୯ରେ ଦୋଷି କୁ ଗିରଫ କରଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାସ୍ତା ଅବରୋଧ କରିଥିଲେ। ଏନେଇ କଂଟାବାଂଜି ଏସଡିପିଓ ସରୋଜ ମହାପାତ୍ର, ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ, ବଙ୍ଗୋମୁଣ୍ଡା ଆଇଆଇସି ପଂଚାନନ ନାଏକ, ମୁରିବାହାଲ ପୁଲିସ ଆଇଆଇସି ତାରାଯସ୍ମିନ ଗୁରିଆ ଘଟଣା ସ୍ଥଳକୁ ପହଂଚି ପରିବାର ଓ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରିବା ସହିତ ବଙ୍ଗୋମୁଣ୍ଡା ତହସିଦାର ମାଜିଷ୍ଟେଟ ଆସି କୋଡିଏ ହଜାର ହଜାର ଅର୍ଥ ରାଶି ପ୍ରଦାନ କରାଯିବ ବୋଲି କହିଲା ପରେ ରାସ୍ତା ଅବରୋଧ କରିଥିବା ଲୋକେ ଓହରି ଥିଲେ। ଦୋଷି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୁରିବାହାଲ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରୀଥିବା ଥାନାଧିକାରିଣୀ ଶ୍ରୀମତୀ ଗୁରିଆ ପ୍ରକାଶ କରିଥିଲେ।