Odiapua.com

ଛାତ୍ରୀଙ୍କ ଫଟୋ ଭାଇରାଲ୍ କରି ରସିକିଆ ଶିକ୍ଷକ ଜେଲ ଗଲେ

ନୟାଗଡ଼ ୨୭/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ଏକ ଘରୋଇ ଟିୟୁସନ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଦୁଇ ନାବାଳିକା ଟିୟୁସନ ଛାତ୍ରୀ ସହ ଶିକ୍ଷକ ଅନ୍ତରଙ୍ଗ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ନେଇ ରଣପୁର ଥାନାରେ ଛାତ୍ରୀଙ୍କ ତରଫରୁ ଅଭିଯୋଗ ହୋଇଥିଲା।

ଅଭିଯୋଗ ପାଇବା ପରେ ରଣପୁର ଥାନା ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡା ଅଭିଯୁକ୍ତ ଶିକ୍ଷକ ଓଡଗାଁ ଥାନା ନନ୍ଦିଘର ଗ୍ରାମ ରାଜେଶ ବେହେରା ଙ୍କୁ ଅଟକ ରଖି ପଚରା ଉଚରା କରୁଥିଲେ। ତଦନ୍ତ ଓ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏକ ପୋସ୍କ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ରାଜେଶକୁ ନୟାଗଡ ପୋସ୍କ ଅଦାଲତକୁ ଚାଲାଣ କରିଥିବା ଜଣାପଡିଛି। ଅଭିଯୁକ୍ତ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଇ ଦିଆଯାଇଛି।