Odiapua.com

ଛାତ୍ରୀଙ୍କ ଠାରୁ ଲୁଟ ମୋବାଇଲ ସହ ଅଭିଯୁକ୍ତ ଗିରଫ

ସମ୍ବଲପୁର, ୨୪/୬ (ଓଡ଼ିଆ ପୁଅ) ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଲିଆପଡ଼ାର ଜଣେ ଛାତ୍ରୀଙ୍କ ଠାରୁ ଲୁଟ ହୋଇଥିବା ଦାମିକିଆ ମୋବାଇଲ ଫୋନ କୁ ଉଦ୍ଦାର କରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ଦୁଇ ଜଣ ଅଭି୍ ଯୁକ୍ତ ସାମିଲ ଥିଲେ। ତନ୍ମଧ୍ୟରୁ ମୋତିଝରଣ ବାସୀନ୍ଦା ମହମ୍ମଦ ଇରଫାନ (୨୦) କୁ ଗିରଫ କରାଯାଇ ତାଠାରୁ ଉକ୍ତ ମୋବାଇଲ ଫୋନ ଓ ଲୁଟରେ ବ୍ୟବହୃତ ସ୍କୁଟି ଜବତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜା ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗତ ମାସ ୨୯ ତାରିଖ ଦିନ ଛାତ୍ରୀ ଜଣକ ବଜାରରୁ ଘରକୁ ଆସୁଥିବା ବେଳେ ତାଙ୍କ ଠାରୁ ଏହି ଲୁଟ ହୋଇଥିଲା। ଏବାବଦରେ ତାଙ୍କ ବାପା ଅମୀୟ କୁମାର ଦାଶ ଥାନାରେ ଏତଲା ଦେଇଥିଲେ।