Odiapua.com

ଛାତ୍ରୀଙ୍କୁ ଜୀଅନ୍ତା ଜାଳି ଦେଇଥିଲେ: ୧୬ ଜଣଙ୍କୁ ସଜ୍ଜା-ଏ-ମୌତ୍

ନୂଆଦିଲ୍ଲୀ: ଜଣେ ୧୯ ବର୍ଷ ବୟସ୍କା ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ୧୬ ଜଣ ଲୋକଙ୍କୁ ବାଂଲାଦେଶର ଏକ କୋର୍ଟ ସଜ୍ଜା-ଏ-ମୌତ୍ (ମୃତ୍ୟୁ ଦଣ୍ଡାଦେଶ) ଶୁଣାଇଛନ୍ତି।ନୁଶରତ ଜାହାଁ ରଫି ନାମକ ଛାତ୍ରୀ ଜଣଙ୍କ ଏକ ମଦ୍ରାସାର ମୌଲାନାଙ୍କ ଦ୍ଵାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ।ମୌଲାନାଙ୍କ ବିରୋଧରେ ଅଭିଯୋଗ ଉଠାଇ ନେବା ପାଇଁ ନୁଶରତଙ୍କୁ ବାଧ୍ୟ କରାଯାଇଥିଲା।ତେବେ, ନୁଶରତ ଜାହାଁ ଅଭିଯୋଗ ଫେରାଇ ନ’ନେବାରୁ ଗତ ଏପ୍ରିଲ ମାସରେ ତାଙ୍କ ଉପରେ କିରାସିନି ଢାଳି ଜୀଅନ୍ତା ଜାଳିଦିଆ ଯାଇଥିଲା।ଏହି ଘଟଣାକୁ ନେଇ ବାଂଲାଦେଶରେ ପ୍ରବଳ ଜନଆକ୍ରୋଶ ଦେଖାଦେଇଥିଲା।ଜଷ୍ଟିସ ଫର୍ ନୁଶରତ ନାମରେ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଅଦାଲତ ଏବେ ଯୁବତୀଙ୍କୁ ଜାଳି ହତ୍ୟା କରିଥିବା ଘଟଣାରେ ସଂପୃକ୍ତ ୧୬ ଜଣ ଅଭିଯୁକ୍ତ ମାନଙ୍କୁ ସଜ୍ଜା-ଏ-ମୌତ୍ ଶୁଣାଇଛନ୍ତି।//ଦେବଦତ୍ତ ରଥ