Odiapua.com

ଛାତ୍ରନେତା ତଥା ସରପଞ୍ଚଙ୍କ ସ୍ମୃତିଚାରଣ ସଭା

ହାଟଡ଼ିହି-୨୬ /୪, ଆନନ୍ଦପୁର ମହାବିଦ୍ୟାଳୟର ପୁର୍ବତନ ଛାତ୍ରନେତା ତଥା ଢ଼େଙ୍କା ପଞ୍ଚାୟତର ପୁର୍ବତନ  ସରପଞ୍ଚ ନିମାଇଁ ସାମଲଙ୍କ ବିୟୋଗରେ ଖଳାଗଡିଆ ଠାରେ ଏକ ସ୍ମୃତିଚାରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଭାଗିରଥି ସେଠୀ, ଶିଳ୍ପପତି ଅଲେଖ ମଲ୍ଲିକ, ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ଢ଼େଙ୍କା ପଞ୍ଚାୟତର ବିଜେଡି ସଭାପତି ମନୋଜ ମହାନ୍ତି, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ବାବୁଲି ଲେଙ୍କା, ବିକ୍ରମ ବିଶ୍ୱାଳ, ବିଜେପି ମହିଳାନେତ୍ରୀ ସୁମତୀ ଜେନା, ପ୍ରେମାନନ୍ଦ ମିଶ୍ର, ଆନନ୍ଦପୁର କଲେଜର ପୁର୍ବତନ ଛାତ୍ରସଂସଦ ସଭାପତି ତଥା ଆଇନିଜୀବୀ ବିଚିତ୍ର ଚକ୍ର ଙ୍କ ସମେତ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେଇ ସ୍ୱର୍ଗତ ନିମାଇଁ ସାମଲଙ୍କ ସ୍ମୃତିଚାରଣ କରିଥିଲେ । ନିମାଇଁଙ୍କ ବଡଭାଇ ଶିକ୍ଷାବିତ ନୃସିହଂ ଚରଣ ସାମଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ମଧୁସୁଦନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।