Odiapua.com

ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ ନ ହୋଇ ଶିକ୍ଷାନୁଷ୍ଠାନ ଯିବା ସହ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ଫେବୃୟାରୀ ୦୭ (ଓଡ଼ିଆ ପୁଅ) – ଓଡ଼ିଶାରେ ଅନେକ ଦିନ ପରେ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ଶିକ୍ଷାନୁଷ୍ଠାନ ଯିବା ଓ ମନ ଦେଇ ପାଠ ପଢ଼ିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢ଼ିଛନ୍ତି। ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ପ୍ରତ୍ୟକ୍ଷ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି। ପିଲାମାନେ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ସ୍କୁଲ ଯାଆନ୍ତୁ ଓ ମନ ଦେଇ ପାଠ ପଢ଼ନ୍ତୁ। ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କୋଭିଡ୍ ନିୟମକୁ ମାନି ସେମାନେ ନିଜର ଓ ଛାତ୍ରଛାତ୍ରୀଙ୍କ ସଠିକ୍ ଯତ୍ନ ନିଅନ୍ତୁ। ଯଦ୍ୱାରା ଆମେ ଆମ ପିଲାମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ସହ ଉପଯୁକ୍ତ ଶିକ୍ଷା ପ୍ରଦାନ କରିପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।