Odiapua.com

ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଦୃଷ୍ଟିଭଙ୍ଗୀ ସୃଷ୍ଟିପାଇଁ ବିଜ୍ଞାନମେଳା ସମର୍ଥ, ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା ଆରମ୍ଭରୁ ବିଦ୍ୟାର୍ଥୀମାନେ ବିଜ୍ଞାନ ଶିକ୍ଷାକୁ ପ୍ରଧାନ୍ୟ ଦେବା ଆବଶ୍ୟକ। ଏଥିପାଇଁ ସ୍ୱତନ୍ତ୍ର ଉଦ୍ୟମ ମଧ୍ୟ ଲୋଡା। ଏଭଳି ଉଦ୍ୟମ ମଧ୍ୟରୁ ବିଜ୍ଞାନ ପ୍ରଦର୍ଶନୀ ଅନ୍ୟତମ ବୋଲି ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀରେ ଯୋଗଦେଇ ଶିକ୍ଷକ, ଶିକ୍ଷାପ୍ରଶାସକ ଓ ବୈଜ୍ଞାନିକମାନେ ମତ ପୋଷଣ କରିଛନ୍ତି। ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚବିଦ୍ୟାପୀଠରେ ଆଜି ଗୋଷ୍ଠୀ ଶିକ୍ଷାଧିକାରିଣୀ ମଞ୍ଜୁଳାବାଳା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ବିଡିଓ ଦେବଦତ୍ତ ଦାଶ, ମୁଖ୍ୟବକ୍ତା ତଥା ବିଜ୍ଞାନ ପ୍ରାଧ୍ୟାପକ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଗୋଷ୍ଠୀ ଶିକ୍ଷା ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଜେନା, କୈଳାସ ଚନ୍ଦ୍ର ସାମଲ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ରଥ, ଶିକ୍ଷକ ନେତା ମାୟାଧର ଦାସ ଯୋଗଦେଇଥିଲେ। ବ୍ଲକ ବିଜ୍ଞାନ ସଂଯୋଜକ ସୁବଳ କୁମାର ପତ୍ରୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ମଞ୍ଚ ଓ କୁଇଜ ପରିଚାଳନା ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ପ୍ରଧାନଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ସ୍ୱାଗତ ଭାଷଣ, ନିତ୍ୟାନନ୍ଦ ରାଉତ ଅତିଥି ପରିଚୟ ଓ ସ୍ଥାନୀୟ ଶିକ୍ଷା ସଂଯୋଜକ ବିନୋଦ ଚନ୍ଦ୍ର ରାଉତ ଧନ୍ୟବାଦ ଦେଇଥିଲେ।

ଏହି ପ୍ରଦର୍ଶନୀରେ ‘ପରିବେଶ ଉପଯୋଗୀ ପଦାର୍ଥ’, ‘ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟରକ୍ଷା ଓ ପରିମଳ’, ‘ଆଦାନପ୍ରଦାନ ସଫ୍ଟଓୟାର’, ‘ଐତୀହାସିକ ବିକାଶ’ ଓ ‘ଗାଣିତିକ ପ୍ରତିରୂପାୟନ’ ବିଷୟ ଆଧାରିତ ୧୨୦ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଧାନଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ଓଝା, ପ୍ରଧାନଶିକ୍ଷକ ନାରାୟଣ ସାହୁ ବିଚାରକ ଭାବେ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ। ଏଥିମଧ୍ୟରୁ ଆଗାମୀ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୭ ପ୍ରକଳ୍ପ ଜିଲ୍ଲା ସ୍ତରକୁ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଥିଲା। ବାରିକପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ସରସଦା ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟି ଉଚ୍ଚ ବିଦ୍ୟାଳୟ, ନପଙ୍ଗ ଚଣ୍ଡିମାତା ଉଚ୍ଚ ବିଦ୍ୟାଳୟ, ଆଖୁଆପଦା ସରକାରୀ ଉପ୍ରା ସ୍କୁଲ, ନରେନ୍ଦ୍ର କୁମାର ପରିଡା ଉଚ୍ଚବିଦ୍ୟାପୀଠ, ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡିପୁରର ମୋଟ ୭ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇ ଆଗାମୀ ୧୨ ତାରିଖରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଇଂ ଅଭୟ କୁମାର ସୂତାର ମୁଖ୍ୟବକ୍ତା, ଏବିଇଓ ଅନିଲ କୁମାର ବଳ, ଉମେଶ ଚନ୍ଦ୍ର ଜେନା, ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକ ଓ ସମିତି ସଭ୍ୟା ମାମିଲତା ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୁତ କରିଥିଲେ। ଛାତ୍ରୀ ଶୁଭଲକ୍ଷ୍ମୀ ବେହୁରିଆ ଓ ଅନ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟ ପରିଚାଳନା ସଭାପତି ମନୋଜ ଦାସ, ଶିକ୍ଷକ, ଶିକ୍ଷୟତ୍ରୀ, ସମସ୍ତ ଶିକ୍ଷାସଂଯୋଜକ, ଶିକ୍ଷାବିଭାଗ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।