Odiapua.com

ଛାତ୍ରଛାତ୍ରୀଙ୍କ ପାଇଁ ନବୀନ ବାବୁଙ୍କ ଏହା ଏକ ଐତିହାସିକ ପଦକ୍ଷେପ, ଭଦ୍ରକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବୈଷୟିକ ବିଦ୍ୟାଳୟରେ ପାଠ ପଢିବାରେ ସଂରକ୍ଷଣ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ଐତିହାସିକ ଘୋଷଣା କରିଛନ୍ତି ତାହା କାଳକାଳକୁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣର୍ାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହା ଦ୍ୱାରା ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗୋପଯୋଗୀ ଘୋଷଣାକୁ ଭଦ୍ରକ ଜିଲ୍ଲାର ଯୁବ ଓ ଛାତ୍ର ବିଜେଡି ସ୍ୱାଗତ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟ ପ୍ରାଙ୍ଗଣରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମୋକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ସମ୍ପାଦକ ଇଂ ପ୍ରୟାସକାନ୍ତି ସାମଲ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ପିଲାଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହିତ ସାଧନ ଲାଗି ଯୋଜନା ପରେ ଯୋଜନାମାନ କରି ଚାଲିଛନ୍ତି । ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ବୈଷୟିକ ଜ୍ଞାନ ଆହରଣରୁ ବଂଚିତ ହୋଇଯାଉଥିଲେ ସେମାନେ ଏଣିକି ସେମାନଙ୍କର ଜ୍ଞାନର ପରିପ୍ରକାଶ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇ ପାରିବେ ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ମଳୟ ଜେନା, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରିନ୍‌ସ ରାକେଶ ନାୟକ, ଜିଲ୍ଲା ବିଜେଡି ଯୁଗ୍ମ୍ମ ସମ୍ପାଦକ ରାକେଶ ପଣ୍ଡା, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ତଥାଗଥ ସାମଲ, ଜିଲ୍ଲା ଛାତ୍ରବିଜେଡି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ପୌରପାଳିକା ଯୁବ ବିଜେଡି ସଭାପତି ଆଶିଷ ଅମିତାଭ ମହାପାତ୍ର, ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ମହମ୍ମଦ ଫାରାତ୍ ଆଲାମ୍‌, ପ୍ରାକ୍ତନ କାଉନସିଲର ପ୍ରବୀର ଜେନା, ଲାଲା ଲଲିତ ନାୟକ, ସତ୍ୟ ବେଜ, ଭାରତ ବିଜୟ ଦଲେଇ, ପ୍ରଫୁଲ୍ଲ ବେହେରା, ସେକ୍ ସାଇଫୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।