Odiapua.com

ଛବିନାଥ ସିଂହ ବେଦାନ୍ତ ଝାରସୁଗୁଡ଼ାର ନୂଆ ସିଇଓ

ସମ୍ବଲପୁର, ୧୯/୬ (ଓଡ଼ିଆ ପୁଅ) ଶ୍ରୀ ଛବିନାଥ ସିଂହ ଝାରସୁଗୁଡ଼ା ଠାରେ ଥିବା ବେଦାନ୍ତ ଲି. ପ୍ରକଳ୍ପର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ବିଦ୍ୟୁତ ପ୍ରକଳ୍ପ ଓ ନିର୍ମାଣ ସହିତ ପରିଚାଲନା କ୍ଷେତ୍ରରେ ଚାରୀ ଦଶକରୁ ଅଧିକ ଅବଧିର ଅଭିଜ୍ଞତା ରଖିଥିବା ଶ୍ରୀ ସିଂହ ଦେଶର କିଛି ଅଗ୍ରଣୀ ବିଦ୍ୟୁତ ଉତ୍ପାଦନକାରୀ ପ୍ରତିଷ୍ଟାନ ଯଥା, ହିନ୍ଦୁସ୍ଥାନ ଜିଙ୍କ, ଜିନ୍ଦଲ ଷ୍ଟିଲ, ଏସାର, ଟିଏସପିଏଲ ପ୍ରଭୃତିରେ ଦକ୍ଷତାର ସହିତ ବିଭନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଘରୋଇ ବିଦ୍ୟୁତ ବ୍ୟବସ୍ଥାରେ ମଧ୍ୟ ତାଙ୍କର ଉଲ୍ଲେଖନୀ୍ୟୟ ଭୂମିକା ରହଛି। ବେଦାନ୍ତ ପ୍ରକଳ୍ପରେ ଯୋଗଦାନକୁ ଶ୍ରୀ ସିଂହ ଗର୍ବର ବିଷୟ ବୋଲି କହିବା ସହିତ ଦେଶର ଏହି ପ୍ରମୁଖ ଆଲୁମିନିୟମ ଏବଂ ଶକ୍ତି ପ୍ରକଳ୍ପରେ ସେ ରାଜ୍ୟ ତଥା ଦେଶର ଆର୍ଥିକ ଓ ସାମାଜିକ ବିକାଶ ପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି। କମ୍ପାନୀର ଅଧ୍ୟକ୍ଷଙ୍କ ମିଶନ ଅନୁସାରେ ସେ ଉଭୟ ସରକାର ଏବଂ ହିତାଧିକାରୀ ମାନଙ୍କ ସହ ମିଶି ମେକ ଇନ୍ ଓଡ଼ିଶା ଓ ମେକ ଇନ ଇଂଡ଼ିଆର ସଫଳତା ସକାଶେ ଉଦ୍ୟମ କରିବେ ବୋଲି ମତ ଦେଇଛନ୍ତି। ତେବେ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସେ ଏଲ୍ଲାହାବାଦର ଏମଏଲଏନ ରିଜିଓନାଲ ପ୍ରଦୈାଗିକୀ କଲେଜରୁ ଇଞିନିୟରିଂ ଡ଼ିଗ୍ରୀ ଏବଂ ଗୁରୁଗ୍ରାମର ପ୍ରବଂଧନ ବିକାଶ ପ୍ରତିଷ୍ଠାନରୁ ବ୍ୟବସାୟ ପରିଚାଲନରେ ଡ଼ିଗ୍ରୀ ହାସଲ କରିଛନ୍ତି। ଶ୍ରୀ ସିଂହ କମ୍ପାନୀର ଝାରସୁଗୁଡ଼ା ପ୍ରକଳ୍ପର ବିଦାୟୀ ସିଇଓ ଅଭିଜିତ ପତିଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ଶ୍ରୀ ପତିଙ୍କୁ ବେଦାନ୍ତ ଲି.ର ଛତିଶଗଡ଼ ଠାରେ ଥିବା ଭାରତ ଆଲୁମିନିୟମ ଲି.ର ସିଇଓ ରୂପେ ଯୋଗ ଦେବେ।