Odiapua.com

ଛତ୍ରବଜାରରେ ପିଆଜ କିଲୋ ୧୨୦

କଟକ୪ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ବେପାର ବାଣିଜ୍ୟର କେନ୍ଦ୍ର ସ୍ଥଳ ଭାବେ ମାନ୍ୟତା ପାଇଥିବା କଟକ ସହରର ଛତ୍ରବଜାରରେ ଆଜି ପିଆଜ କିଲୋ ପିଛା ୧୨୦ ଟଙ୍କାରେ ଖାଉଟି ବହୁ କଷ୍ଟରେ କିଣିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ କିଲୋ ପିଛା ଦର ୧୦୦ରୁ ୧୨୦ ଟଙ୍କାରେ ଖାଉଟି କିଣିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯୋଗାଣ ବିଭାଗ ପିଆଜ ମୂଲ୍ୟ ନିର୍ଧାରଣରେ ଅସଫଳ ହେବା ଖାଉଟିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ନାସିକ ଓ ଆନ୍ଧପ୍ରଦେଶରୁ ନୂଆ ପିଆଜ ଆସି ପହଁଚିଥିଲେ ମଧ୍ୟ ଛତ୍ରବଜାରରେ  ପିଆଜ କିଲୋ ୧୨୦ ଟଙ୍କାରେ ବିକ୍ରୀ ହୋଇଛି।