Odiapua.com

ଛତ୍ରପୁରରେ ବ୍ୟାଙ୍କ ସମ୍ମୁଖରୁ ଜମାକାରୀଙ୍କ ୩୦ ହଜାର ଟଙ୍କା ଲୂଟ

ବ୍ରହ୍ମପୁର :୨୬/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାଶ) ଛତ୍ରପୁର ଏସ .ବି .ଆଇ. ଶାଖା ସମ୍ମୁଖରେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲୂଟ ହୋଇଛି। ଆଜି ପୂର୍ବାହ୍ନପ୍ରାୟ ୧୧.୦୦ ଘଣ୍ଟା ବେଳେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଉମା କାନ୍ତ ମିଶ୍ର ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଦୁର୍ବୁତ୍ତମାନେ ଟଙ୍କା, ବ୍ୟାଙ୍କ ଖାତା ଇତ୍ୟାଦି ଝାମ୍ପି ନେଇଯାଇଥିବା ଅଭିଯୋଗ ହୋଇଛି। ଛତ୍ରପୁର ଥାନା ପୋଲିସ ବ୍ୟାଙ୍କର ସି.ସି.କ୍ୟାମେରା ଫୁଟେଜ ଯାଞ୍ଚ କରି ଅପରାଧୀଙ୍କୁ ଠାବ କରିବା ଉଦ୍ୟମ ଚଳାଇଛନ୍ତି।