Odiapua.com

ଛତିଶଗଡରେ କରୋନା ପରିସ୍ଥିତ ଭୟଙ୍କର ପାଇଁ ସୀମାସିଲ,ଯାନବାହନ ଚଳାଚଳ ଉପରେ କଟକଣା

ମାଲକାନଗିରି,୯ା୪ (ଓଡିଆ ପୁଅ ) କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଭାବେ ସଂକ୍ରମଣ ହେବା ଓ ସୀମାନ୍ତ ଛତିଶଗଡ ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସୀମାକୁ ସିଲ କରିଦିଆ ଯାଇଛି । ଜରୁରୀ କାମରେ ଛତିଶଗରାଜ୍ୟରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ମିଟର ରେ ତାପମାତ୍ରା ମପା ଯାଇ ଛଡା ଯାଉଛି, ଯାହାର ତାପମାତ୍ରା ବୃଦ୍ଧି ପାଇଛି କିମ୍ବା ଜ୍ୱର ରହିଛି ସେମାନଙ୍କୁ କୋଭିଡ ପରୀକ୍ଷା କରାଯାଇ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଶନିବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ ଠାରୁ କୌଣସି ବସ କିମ୍ବା ଯାନବାହନ ମାଲକାନଗିରି ଜିଲ୍ଲାକୁ ଆସିପାରିବ ନାହିଁ କି ମାଲକାନଗରି ଜିଲ୍ଲାରୁ କୌଣସ ିବସ ଓ ଯନାବାହନ ଛତିଶଗଡ ରାଜ୍ୟକୁ ଯିବନାହିଁ,ଏମିତି କି ଛତିଶଗରାଜ୍ୟରୁ ଫେରୁଥିବା ଲୋକଙ୍କୁ ଶନିବାର ଠାରୁ କ୍ୱାରେଟାଂଇନରେ ରହିବାକୁ ବାଧ୍ୟତା ମୁଳକ କରାଯାଇଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଣା କରାଯାଇଛି । ରାଜ୍ୟବାହାରୁ କେହି ଯେପରି ଜିଲ୍ଲାଭିତରକୁ ପ୍ରବେଶ କରି ପାରିବେ ନାହିଁ ସେ ନେଇ ଜିଲ୍ଲା ଓ ରାଜ୍ୟ ସୀମାନ୍ତ ବର୍ତି ଅଚଂଳରେ ସୀମାସିଲ ସହ ଛତିଶଗଡ ରାଜ୍ୟ ଚାଲାଣଗୁଡା, ଟିଟିବିରି ଠାରେ ଚେକପୋଷ୍ଟ କରାଯାଇଛି । ମାଲକାନଗିରି ଜିଲ୍ଲା ଆନ୍ତରାଜ୍ୟ ବସଷ୍ଠାଣ୍ଡ ଠାରୁ ଛତିଶଗଡ ରାଜ୍ୟ ରାୟପୁର କୁ ୩ଟି ଓ ଜଗଦଲପୁରକୁ ୩ଟି ବସ ମୋଟ ୬ଟି ଚଳାଚଳ କରିଥାଏ, ଏହି ବସଗୁଡିକୁ ଶନିବାର ଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବନ୍ଦକରିଦିଆ ଯିବା ପାଇଁ ଜିଲ୍ଲାପ୍ରସାନ ପକ୍ଷରୁ ବସମାଲିକ ସଂଘକୁ ସୁଚନା ଦିଆଯାଇଛି । ମାଲକାନଗିରି ଜିଲ୍ଲା ଚାଲାଣଗୁଡା ଓ ଟିଟିବିରି ଗ୍ରାମ ସୀମାନ୍ତ ମୁଖ୍ୟରାସ୍ତାରେ ପ୍ରଶାସନ ପକ୍ଷରୁ ଚେକପୋଷ୍ଟ କରାଯାଇଛି , ସେଠାରେ ସକାଳ ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପୁଲିସ,ଶିକ୍ଷକ,ସ୍ୱାସ୍ଥ୍ୟକର୍ମୀ ମାନେ ଜଗିରହି ରାସ୍ତାରେ ଯାତାୟତ କରୁଥିବା ଯାନବାହନ ଗୁଡିକୁ ଜାଂଚକରିବା ସହିତ ଲୋକମାନଙ୍କୁ ମାସ୍କ ପରିଧାନ ପାଇଁ ପରାମର୍ଶ ଦେବାସହ ଓ ସେମାନଙ୍କୁ ଥର୍ମାଲ ଟେଷ୍ଟ କରାଯାଉଛି । ରାତି ୧୦ ଠାରୁ ତା ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁକୁ ବଳବତର କରାଯାଇଛି । ଛତିଶଗଡ ରାଜ୍ୟରୁ ଆସୁଥିବା ଦୁଇଚକିଆ,ଚାରି ଚକିଆ ଯନାବାହନ ଗୁଡୁକ ନମ୍ବର ଓ ଗାଡିଚାଳକ ଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ଛତିଶଗଡ ରାଜ୍ୟକୁ ଯାଉଥିବା ଯାନବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ପ୍ରତି ଦିନ ଦିନ ଏହି ଚାଲାଣଗୁଡା ରାସ୍ତାରେ ପ୍ରାୟ ୩୦୦ରୁ ଉର୍ଦ୍ଦ ଯାନବାହନ ଚଳାଚଳ କରିଥାଏ, କରୋନାକଟକଣା ପାଇଁ ତାହା ୧୦୦କୁ ଖସି ଆସିଛି । ଠିକ ସେହିପରି ମାଲକାନଗିରି ଜିଲ୍ଲାସୀମାନ୍ତ କୁ ଲାଗିଥିବା ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାପ୍ରଶାସନ ପକ୍ଷରୁ ଝାପରା ଠାରେ ସ୍ୱତନ୍ତ୍ର ଚେକପୋଷ୍ଟ କରାଯାଇ ସେଠାରେ ଜିଲ୍ଲାପୁଲିସ ସହିତ ପାରାମିଲଟାରୀ ଫୋର୍ସ ୨୪ଘଟିଂଆ ପ୍ରହରା ଦେଉଛନ୍ତି । ଏହି ରାସ୍ତା ଦେଇ ଓଡିଶା,ଆନ୍ଦ୍ରପ୍ରଦେଶ, ତେଲାଙ୍ଗନା,ଛତିଶଗଡ,ମହାରାଷ୍ଟ୍ର,ମଧ୍ୟପ୍ରଦେଶ ଅଚଂଳରୁ ଶ୍ରମିକ ଓ ଜନସାଧରାଣ ଙ୍କର ଚଳପ୍ରଚଳ ହୋଇଥାଏ । ଭୟାବହ କରୋନା ପରିସ୍ଥତିରେ କେହି ଯଦି ସୀମାପାର ହୋଇ ପଳାଇ ଆସି ଥାନ୍ତି ସେମାନଙ୍କୁ ଏହି ଚେକ ଗେଟ ଠାରେ ଅଟକ ରଖାଯାଇ ସେଠାରେ ସ୍ୱତନ୍ତ୍ର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଉଥିବାର ଦେଖିବା କୁ ମିଳିଛି । ତଣ୍ଡିକୁ, ଚାଲାଣଗୁଡା ପଚାଂୟତ ଦୁଇଟି ମାଲକାନଗିରି ଜିଲ୍ଲାର ଶେଷ ସୀମା ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାକୁ ଲାଗିରହିଥିବାରୁ ସେଠାରୁ କେହି ବାହର ଲୋକ କି ଯାନବହାନ ଯେପରି ଗ୍ରାମକୁ ଭିତରକୁ ଓ ମାଲକାନଗିରି ସୀମାରେ ପ୍ରବେଶ ନ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇ ଚାଲାଣଗୁଡା ଠାରେ ନାକାବନ୍ଦି କରିଦିଆ ଯାଇଛି ।