Odiapua.com

ଚୋରି ୯ଟି ବାଇକ୍‌କୁ ଜବତ ସହ ୨ ଜଣଙ୍କୁ ଗିରଫ କଲା ସହରାଂଚଳ ପୁଲିସ୍

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନା ପୁଲିସ୍ ଏକ ବାଇକ୍ ଚୋରିର ତଦନ୍ତ କରିବାକୁ ଯାଇ ଏକ ବାଇକ୍ ଚୋର ଗ୍ୟାଙ୍ଗକୁ ଠାବ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଏବଂ ସେମାନଙ୍କ ନିକଟରୁ ୯ଟି ବିଭିନ୍ନ କଂପାନୀର ମୋଟର ସାଇକେଲ୍ ଜବତ କରିଛି। ଏ ସଂପର୍କରେ ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ସହରାଂଚଳ ଥାନାରେ କରିଥିବା ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ ଗତ ୯ ତାରିଖ ଦିନ ଭଦ୍ରକ ବାଇପାସସ୍ଥିତ ତାରିଣୀ ଫର୍ଣ୍ଣିଚର ସମ୍ମୁଖରୁ ଏକ ମୋଟର ସାଇକେଲ୍ ଚୋରି ହୋଇଥିଲା। ଏ ସଂପର୍କରେ ସହରାଂଚଳ ଥାନାରେ କେଶ୍ ନଂ ୬୨୭/୯.୧୦.୨୪ ରିଖ ମୂଳେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା। ପରବର୍ତୀ ସମୟରେ ପୁଲିସ୍ ତଦନ୍ତ କରିବାକୁ ଯାଇ ଉକ୍ତ ଗ୍ୟାଙ୍ଗ୍ ଠାରୁ ବାଇକ୍‌ଟିକୁ ଜବତ କରିବା ପରେ ତାହା ନିକଟରୁ ହିରୋ ସ୍ପେଣ୍ଡର ପ୍ରୋ ଓଡି-୨୨ସି-୩୯୫୬ ବାଜାଜ ପଲସର-୧୫୦, ହିରୋସ୍ପେଣ୍ଡର ବ୍ଲାକ୍ କଲର-୩ଟା, ଟିଭିଏସ୍ ସ୍ପୋର୍ଟ ରେଲ୍‌-ବ୍ଲାକ୍ କର୍ଲର, ବାଜାଜ ପ୍ଲାଂଟିନା ଗ୍ରୀନ୍ କଲର, ହିରୋ ସ୍ପେ୍ଲଣ୍ଡର + ବ୍ଲାକ୍ କଲର, ହିରୋ ଗ୍ଲେମର ଭଳି ୯ଟି ବାଇକ୍‌କୁ ଜବତ କରିଥିଲା। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିବା ସହ ଉଦ୍ଧାର ବାଇକ୍‌ଗୁଡିକର ମାଲିକମାନଙ୍କୁ ବାଇକ୍‌ଗୁଡିକୁ ଉପଯୁକ୍ତ କାଗଜପତ୍ର ଦେଖାଇ ନେବାପାଇଁ ଖବର ଦେଇଥିବାର ଜଣାପଡିଛି।