Odiapua.com

ଚୋରି ହୋଇଥିବା ମଦସହ ପିକ ଅପ ଭ୍ୟାନ ଜବତ : ପାଞ୍ଚ ଜଣ ଅଭିଯୁକ୍ତ ଗିରଫ

କଟକ, ୦୧/୦୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜଗତପୁର ଅଞ୍ଚଳରୁ ଚୋରୀ ହୋଇ ଥିବା ୧୫୭ ପେଟି ମଦକୁ ଜବତ କରିବା ସହ ଏହି ଚୋରି ଅଭିଯୋଗରେ ପୋଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ମଦ ସହିତ ଚୋରି ହୋଇଥିବା ଏକ ପିକ ଅପ ଗାଡ଼ି ସହ ଏହି ଅପରାଧ ରେ ବ୍ୟବହାର ହୋଇ ଥିବା ୨ ଟି ବାଇକକୁ ମଧ୍ୟ ଜବତ କରିଛି ଜଗତପୁର ପୋଲିସ। ଜବତ ହୋଇଥିବା ମଦର ମୂଲ୍ୟ ୧୨ ଲକ୍ଷ ପଚାଶ ହଜାର ଟଙ୍କା ହେବ। ମିଳି ଥିବା ସୂଚନା ମୁତାବକ ଗତ ମାସ ୨୭ ତାରିଖ ସଂଧ୍ୟାରେ ଜଣେ କଟକ ନିର୍ଗୁଣ୍ଡି ଠାରେ ଥିବା ମଦ ଡିପୋରୁ ୧୬୭ ପେଟି ମଦ ନେଇ ଏକ ପିକ ଅପ ଗାଡି ନିଆଳି ଯାଉଥିଲା। କିନ୍ତୁ ଯିବା ବାଟରେ ଏହି ମଦ ବୋଝେଇ ଗାଡ଼ିକୁ କିଛି ଦୁର୍ବୁତ୍ତ ଚୋରି କରି ନେଇ ଯାଇଥିଲେ। ଏହି ଅପରାଧରେ ସମ୍ପୃକ୍ତ ଗାଡ଼ିର ଡ୍ରାଇଭର ସାମିଲ ଥିବା ଜଣା ପଡିବା ପରେ ପୋଲିସ ଡ୍ରାଇଭର କୁ ଜେରା କରିଥିଲା। ଫଳ ସ୍ୱରୂପ ପୁରା ମାମଲା ସାମନାକୁ ଆସିଥିଲା। ଏବଂ ଅଭିଯୁକ୍ତ ମାନେ ଚୋରି କରିଥିବା ମୋଟ ୧୬୭ ପେଟି ମଦ ମଧ୍ୟରୁ ୧୫୭ ମଦ ପେଟିକୁ ପୋଲିସ ଜବତ କରିଛି। ଅଭିଯୁକ୍ତ ମାନେ ଜଗତପୁର, ଟାଙ୍ଗୀ ଓ ନିଶ୍ଚିନ୍ତକୋଇଲି ଅଞ୍ଚଳ ର ବୋଲି ଜଣାପଡିଛି।