Odiapua.com

ଚୋରି ସାମଗ୍ରୀ ଜବତ୍‌, ୨ ଚୋର ଗିରଫ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ସହୀଦନଗର ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ଥାନୀୟ ବିଦ୍ୟାଳୟରୁ ଗତ ମାସ ୨୭ତାରିଖ ରାତିରେ କେତେକ ଦୁର୍ବୁତ ମାନେ ଇନ୍‌ଭଟର ବ୍ୟାଟେରି, ପାଣିଟାଙ୍କି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାର ଧୂଷୁରୀ ଥାନାରେ ଅଭିଯୋଗପରେ ଥାନାଅଧିକାରୀ ପ୍ରଫୁଲ୍ଲ ସିଂଙ୍କ ନିର୍ଦ୍ଦେସ କ୍ରମେ ଏସ୍‌ଆଇ ମହାପ୍ରସାଦ କର ଉକ୍ତ ଘଟଣାର ତଦନ୍ତ କରିବା ସହିତ ସହିଦନଗର ଅଂଚଳର ରବିନ୍ଦ୍ର ଜେନା, ପିତା- ରମେଶ ଓ ନାରାୟଣ ମହାଳିକ ସମେତ ଅନ୍ୟ ୮ଜଣ ମିଶି ଉକ୍ତ ଚୋରି କରିଥିବାର ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଥିଲା ଏବଂ ସେମାନଙ୍କ ମଧ୍ୟରୁ ଆଜି ରବିନ୍ଦ୍ର ଓ ନାରାୟଣକୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା ଏବଂ ଅନ୍ୟ ୮ଜଣ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ କେସ ନଂ ୧୪୬/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ।