Odiapua.com

ଚୋରି, ଡକାୟତି, ଠକେଇ ଓ ରାହାଜାନୀ ମାମଲରେ ଆସାମୀ ଗିରଫ

ନୟାଗଡ଼, ୧୨ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଚୋରୀ, ଡକାୟତି.ଠକେଇ ଓ ରାହାଜାନୀ ମାମଲାରେ ପୋଲିସ ଆସାମୀକୁ ଗିରଫ କରିଥିଲାବେଳେ ମୁଖ୍ୟ ଆସାମୀ ରିମାଣ୍ଡରେ ଆସିବ ବୋଲି ସୂଚନା ମିଳିଛି। ନନ୍ଦନକାନନ ଥାନାର କୈଳାସ ଭୋଇଙ୍କ ପୁତ୍ର ଦୀପକ ଭୋଇ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବାବେଳେ ତାଙ୍କଠାରୁ ସୁନାଚେନ୍‌, ନେକଲେସ୍‌, ସୁନାରିଙ୍ଗ୍ ଓ ଏକ ବାଇକ୍ ଜବତ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ସେହିପରି ନୟାଗଡ଼ ଥାନା ପକ୍ଷରୁ ଚଢାଉ କରାଯାଇ ପୋଲସରା ଥାନା ଅଂଚଳର ଚିରଞ୍ଜିବୀ ସେଠୀ ଓ ହିଂମାଶୁ ସେଠୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଏକ ଆପାଚି ମୋଟରସାଇକେଲ ଓ ପଲସର୍ ମୋଟରସାଇକେଲ ଜବତ କରାଯାଇଛି। ଅନ୍ୟପକ୍ଷରେ ନୟାଗଡ଼ ଟାଉନଥାନା ପକ୍ଷରୁ ୮୯/୨୦୨୨ ରେ ଏକ ମାମଲା ରୁଜୁହୋଇଥିବା ଭଞ୍ଜନଗର କୁଲାଡ଼ ଗ୍ରାମର ଟୁକୁନା ସ୍ୱାଇଁଙ୍କୁ ପେଟ୍ରୋଂଲି ସମୟରେ ଲେଙ୍କୁଡ଼ିପଡ଼ା ଠାରେ ଗିରଫ କରାଯାଇଛି। ଟୁକୁନା ଠାରୁ ଏକ ହାତତିଆରି ବନ୍ଧୁକ ସହ କଳା ପଲସର୍ ଜବତ କରାଯାଇଥିବାବେଳେ ମୁଖ୍ୟଆସାମୀ ଟୁକୁନା ସ୍ୱାଇଁଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆହୁତ ଏକ ପ୍ରେସମିଟ୍‌ରେ ଏସ୍‌ପି ଅଲେଖ ପହି ସୂଚନା ଦେଇଛନ୍ତି।