Odiapua.com

ଚୋରା ଲୁହା ସାମଗ୍ରୀ ଜବତ, ଅଟକ ସଂଖ୍ୟା ୬କୁ ବୃଦ୍ଧି

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ପୁଲିସ ଅଟୋ ବୋଝେଇ ଚୋରା ଲୌହ ସାମଗ୍ରୀ ଜବତ କରିବା ସହ ଅଟୋ ଚାଳକ ସମେତ ୩ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ଗୁରୁବାର ଏକ ଅଟୋରେ ରାଜପଥ ପାଶ୍ୱର୍ ଡ୍ରେନରୁ ଚୋରି କରାଯାଇଥିବା ଲୁହା ସାମଗ୍ରୀ ବୋଝେଇ କରାଯାଇ ଚାଲାଣ ହେଉଥିବା ସୂଚନା ପାଇ ପୁଲିସ ସ୍ଥାନୀୟ ଅଞ୍ଚଳର ଅଟୋକୁ ଜବତ କରିଥିଲା । ଅଟୋ ଚାଳକ ସହ ଚୋରି ଓ ଚୋରା ଚାଲାଣରେ ସଂପୃକ୍ତ ସନ୍ଦେହରେ ଅଟୋରେ ଥିବା ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ବେଳେ ଶୁକ୍ରବାର ଅଟକ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।