Odiapua.com

ଚୋରା ବିଦେଶୀ ମଦ ଜବତ, ବେପାରୀ ଗିରଫ

କୋରେଇ୭/୮(ଓଡ଼ିଆ ପୁଅ/ ଭାସ୍କର ସାହୁ)ଦୀର୍ଘଦିନ ହେଲା ନିଜ ଘରେ ଚୋରା ବିଦେଶୀ ମଦ ରଖି ବିକ୍ରି କରୁଥୁବାବେଳେ ପୁଲିସ ହାତରେ ଧରା ପଡିଛି ଜଣେ ବେପାରୀ। ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର ନରପଦା ଗ୍ରାମରେ ନାରଣ ସାହୁଙ୍କ ପୁଅ ଶତୃଘନ(କୁନା) ଚୋରା ବିଦେଶୀ ମଦ ବିକ୍ରିର ଖବର ପାଇବାପରେ ଥାନାଧିକାରୀ ସସ୍ମିତା ସାହୁଙ୍କ ନିର୍ଦେଶରେ ଏଏସଆଇ ଅମିୟ କୁମାର ବେହେରା ସଦଳବଳେ ଚଢାଉ କରିଥିଲେ। ଚଢାଉ ସମୟରେ କୁନାଙ୍କ ଘରୁ ୨୦ ବୋତଲ ବିଦେଶୀ ମଦ ଜବତ କରିଥିଲେ। ଫଳରେ କୁନାକୁ ଗିରଫ କରିବା ସହ ଏକ ମାମଲା ୧୭୪/୨୦ ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।