Odiapua.com

ଚୋରା ବାଲି ଖାଦନରେ ଚଢଉ ସମୟରେ ତହସିଲଦାରଙ୍କୁ ଆକ୍ରମଣ:ଅଭିଯୁକ୍ତ ଗିରଫ

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ତହସିଲ ଅଧିନସ୍ଥ ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀ ଶର୍ଯ୍ୟାରୁ ଦୈନିକ ଶହଶହ ଟ୍ରିପ ଚୋରା ବାଲି ଚାଲାଣ ହେଉଛି । ଫଳରେ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛି । ଆଜି ସକାଳେ ତହସିଲଦାର ରାଧାକାନ୍ତ ବାରିକ ଓ ଅନ୍ୟ ୩ କର୍ମଚାରୀ କୌଣସି ସୂତ୍ରରୁ ଖବରପାଇ ଅର୍ଜୁନପୁର ପଂଚାୟତ ବୈତରଣୀ ନଦୀର ବାଲିପାଟଣାସ୍ଥିତ ମହାଦେବ ମନ୍ଦିର ନିକଟରେ ଚୋରା ବାଲି ଚାଲାଣ ହେଉଥିବା ସ୍ଥାନରେ ଚଢଉ କରିଥିଲେ । ହେଲେ ସେଠାରେ ଉପସ୍ଥିତି ଥିବା ସ୍ଥାନୀୟ ବାଲି ମାଫିଆ ଦିଲ୍ଲୀପ ସାହୁ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ ଏବଂ ର୍ଦୁବ୍ୟବହାର କରିଥିଲେ । ଭୟଭିତ ହୋଇ ତହସିଲଦାର ଶ୍ରୀ ବାରିକ ଧୁଷୁରୀ ଥାନାକୁ ଜଣାଇଥିଲେ । କିଛି ସମୟରେ ପରେ ପୁଲିସ ଫୋର୍ସ ସେଠାରେ ପହଂଚି ଦିଲ୍ଲୀପ ସାହୁକୁ ଗିରଫ କରିଥିଲେ । ଏସଂପର୍କରେ ତହିଲଦାରଙ୍କ ଅଭିଯୋଗ କ୍ରମେ ଧୁଷୁରୀ ଥାନାରେ କେଶ ନ-୨୫୧/୨୦ରେ ଏକ ମାମଲା ରୁଜୁ କରାଯିବା ସହିତ ସଂପୃକ୍ତ ଅଭିଯୁକ୍ତ ଦିଲ୍ଲୀପକୁ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ଖଡିପଦା ପଂଚାୟତ କୋରକଦା ନିକଟସ୍ଥ କନକେଇସ୍ଥିତ ଗେଙ୍ଗୁଟି ନଦୀ ପଠାରୁ ଚୋରା ମାଟି ଓ ବାଲି ଉତୋଳନ ହେଉଥିବା ବେଳେ ତହସିଲଦାର ଓ ପୁଲିସ ମିଳିତ ଭାବେ ଚଢଉ କରି ଗୋଟିଏ ଜେସିବି ସହିତ ୮ଟି ଟ୍ରାକ୍ଟର ଜବତ କରି ୧ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମାନା ଆଦାୟ କରିଥିଲେ । ସେହିପରି ବ୍ଲକର ବିଭିନ୍ନ ସ୍ଥାନରୁ ଚୋରା ବାଲି ଚାଲାଣ ହେଉଛି । ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ମଧ୍ୟ ହରାଉଛି ।