Odiapua.com

ଚୋରା ବାଇକରେ ଛେଳିଚୋରି,ଜଣେ ଗିରଫ ଜଣେ ଫେରାର

ମାଲକାନଗିରି,୨୫ା୧୨(ଓଡିଆ ପୁଅ ) ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ଛେଳି ଚୋରି ଘଟଣାର ତଦନ୍ତ କରୁଥିବା ବେଳେ ଅନ୍ୟଏକ ବାଇକ ଚୋରି ଘଟଣା ର ପର୍ଦ୍ଦାଫାସ ହୋଇଯାଇଛି । ଚୋରା ବାଇକରେ ଛେଳିଚୋରି କରିନେବା ବେଳେ ଧରିପଡି ଥିବା ଅଭିଯୁକ୍ତ ଙ୍କ ଠାରୁ ବାଇକଚୋରୀ ର ପର୍ଦ୍ଦାଫାସ କରିଛି ପୁଲିସ ।  ମାଲକାନଗିରି ଥାନାସ୍ଥ ଚାରିକିଗୁଡା ଗ୍ରାମର ରାମଧାକଡ ଙ୍କ ଛେଳିଗୁହାଳରୁ ଗତ କାଲି ରାତ୍ର ୨ଟାସମୟରେ ଦୁଇଜଣ ଯୁବକ ପ୍ରେବଶ କରି ଏକ ଛେଳିକୁ ଚୋରାଇ ବାଇକରେ ବସାଇ ନେଇଯାଉଥିଲେ । ଛେଳିଟି ମେଁ ମେଁ ହୋଇ ଚିତ୍କାର କରିବାରୁ ଗୃହକର୍ତା ରାମ ଉଠିପଡି କଣ ହେଲା ବୋଲିଦେଖିବା ବେଳକୁ ଦୁଇଜଣ ଯୁବକ ବାଇକରେ ଛେଳିଟିକୁ ଧରି ନେଇ ପଳାଇବାକୁ ଚେଷ୍ଟାକରୁଛନ୍ତି, ସେ ସଙ୍ଗେ ସଙ୍ଗେ ପାଟିକରି ଗ୍ରାମବାସୀ ଙ୍କୁ ଡାକପକାଇଥିଲେ,ଗ୍ରାମବାସୀ ସବୁ ସେଠାରେ ପହଁଚି ଛୋଳିଚୋରି କରିନେଉଥିବା ଯୁବକଙ୍କୁ ଗୋଡାଇ ଧରିବା ବେଳକୁ ଜଣେ ଯୁବକ ରାତ୍ରର ଅନ୍ଧାର ମଧ୍ୟରେ ଜଙ୍ଗଲରେ ଲୁଚିପଳାଇଥିବା ବେଳେ ଅନ୍ୟ ଯୁବକକୁ ବାଇକ ସହିତ ଧରିଦେଇ ଥିଲେ । ଗ୍ରାମବାସୀ ମାନେ ଏକ ଚୋରକୁ ଧରିଅଟକ ରଖିଛନ୍ତି ବୋଲି  ମାଲକାନଗିରି ଥାନାକୁ ଫୋନ କରିବା ପରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦ୍ଦେଶ କ୍ରମେ ସବଇନିସପେକ୍ଟର ଭବାନୀ ଶଙ୍କର ସାହୁ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଚୋରକୁ ଗିରଫ କରି ବାଇକ ଜବତ କରି ଥାନାକୁ ଆଣିଥିଲେ । ଆଜି ସକାଳେ ତଦନ୍ତ କରୁଥିବା ସମୟରେ ପୁଲିସ ଜାଣିବାକୁ ପାଇଥିଲେ ଛେଳି ଚୋରିରେ ବ୍ୟବହୃତ ବାଇକଟି ଗତ ୧୭ତାରିଖରେ ମାଲକାନଗିରି ସହରରୁ ଚୋରିହୋଇ ଯାଇଥିବା ବାଇକ । ପୁଲିସ କୁ ଏକ ସଙ୍ଗେ ଦୁଇଟି ଚୋରି ଘଟଣାର ଚୋରଙ୍କୁ ଗିରଫ କରିବାରେ ସଫଳ ମିଳିଯାଇଛି । ଗତ କାଲିମଧ୍ୟରାତ୍ରରେ ମାଲକାନଗିରି ବସଷ୍ଟାଣ୍ଡ ସାହିର ସନ୍ତୋଷ ନାଏକ,ଦଣ୍ଡସେନାଗୁଡା ସାହିର ରିଙ୍କୁଭଣ୍ଡାରି ନାମକ ଦୁଇଜଣ ଯୁବକ ଚରିକିଗୁଡା ଗ୍ରାମର ରାମଧାକଡଙ୍କ ଛେଳି ଚୋରିକରି ବାଇକରେ ବସାଇ ନେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ଯାଇଥିଲେ । ରିଙ୍କୁ ଭଣ୍ଡାରି ଖସି ପଳାଇଥିବା ବେଳେ ସନ୍ତୋଷ ଧରାପଡି ଯାଇଥିଲା । ପୁଲିସ ସନ୍ତୋଷକୁ ଜେରା କରୁଥିବା ସମୟରେ ଚୋରି ବାଇକ କଥା ଜଣାପଡିଥିଲା । ଗତ୧୭ତାରିଖରେ ମାଲକାନଗିରି କୁମୁଟିଗୁଡା ସାହିରେ ଥିବା ଅଧିକାର ମାଇକ୍ରୋ ଫାଇନାନ୍ସ କାର୍ଯ୍ୟାଳୟ ହତା ଭିତରୁ ରାକେଶ ମଣ୍ଡଳଙ୍କ ଓଡି୩୦ବି୩୨୪୧ନମ୍ବର ଟିଭିଏସ ଆପୋଚି ବାଇକଟି ଚୋରି ହୋଇ ଯାଇଥିବାର ମାଲକାନଗିରି ଥାନାରେ ଏତଲା ଦିଆଦିଆ ଯାଇଥିଲା । ପୁଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଇ ବିଭିନ୍ନ ସ୍ଥାନରେ ଚୋରି ବାଇକର ସନ୍ଧାନ ନିଆଯାଉଥିବା ବେଳେ ଗତ କାଲି ଛେଳି ଚୋରି ରେ ସେହି ଚୋରା ବାଇକଟି ଧରିପଡି ଯାଇଛି । ଉକ୍ତ ବାଇକଟି କୁ ଦୁଇଜଣ ଛେଳିଚୋର ଚୋରି  କରିଥିବାର ପୁଲିସ କହିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୩୫୧/୨୦୧୯,ଭାରତୀୟ ପିଙ୍ଗଳ କୋର୍ଡ ୩୭୯/୩୪ ଦଫାରେ କେସ ରୁଜୁକରାଯାଇ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ହୋଇଯାଇଥିବା ଅନ୍ୟ ଅଭିଯୁକ୍ତ ରିଙ୍କୁ କୁ ପୁଲିସ ଖୋଜୁଛି ।