Odiapua.com

ଚୋରା ପଥର ଚାଲାଣ କରୁଥିବା ଅଭିଯୋଗରେ ୪ ଗିରଫ

ପୁରୀ-୨୩/୧୦(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବେଆଇନ ଭାବେ ଚୋରା ଚାଲାଣ ଅଭିଯୋଗରେ ପୁରୀ ଡେଲାଙ୍ଗ ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସେହି ଥାନା ଅନ୍ତର୍ଗତ ବିଜୟ କୁମାର ଚମ୍ପତ୍ତି, ଜଟଣୀର ପି- କାଳୀ ସତିଶ, ମହେଶ୍ୱର ବେହେରା ଓ ଟ୍ରାକ୍ଟର ଡ୍ରାଇଭର ଖୋର୍ଦ୍ଧା ସଦର ଥାନା ଅଞ୍ଚଳର କିଶୋର ରଞ୍ଜନ ବେହେରା। ଏହି ମାମଲାରେ ଡେଲାଙ୍ଗ ଥାନା ପୁଲିସ ଗୋଟିଏ ପାୱାର ଟ୍ରଲର, ଦୁଇଟି ଟ୍ରାକ୍ଟର ବୋଝେଇ ପଥର, ଗୋଟିଏ ଗ୍ୟାସ କଟର ଓ ୩ଟି ପଥର କଟା ମେସିନ ଜବତ କରିଛି।