ନୟାଗଡ(ଓଡିଆ ପୁଅ/ଦେବୀପ୍ରସସାଦ ଆଚାର୍ଯ୍ୟ)/୨୧/୧୦- ନୟାଗଡ ଜିଲ୍ଲା ରଣପୁର ତହସିଲ ମାଙ୍କଡା ପଥର ଖଣି ଅଂଚଳ ରୁ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ଜିଲ୍ଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲା । ତେଣୁ ଜିଲ୍ଲା ପ୍ରଶାସନ ରଣପୁର ଥାନା କୁ ମାଙ୍କଡା ପଥର ଚୋରା ଚାଲାଣ କୁ କଡାକଡି ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲା । ନିର୍ଦେଶ ଅନୁଯାଇ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ସଦଳବଳେ ଅକ୍ଟୋବର ୨୧ ତାରିଖ ସଂନ୍ଧ୍ୟା ରେ ବ୍ୟାପକ ଚଢାଉ କରିଥିଲେ । ଚଢାଉ ରେ ୪ ଗୋଟି ଚୋରା ମାଙ୍କଡା ପଥର ଚାଲାଣ ଗାଡି ଧରିଥିବା ଜଣାପଡିଛି । ଓ ଡି ୦୪ କେ ୯୮୫୯ ଓ ଓ ଡି ୦୨ ବି ଏଫ୍ ୯୨୧୬ ଗାଡି ଦୁଇଟି କୁ ରଣପୁର ଥାନା କୁ ଆଣି ଜବତ କରିଥିବା ଜଣାପଡିଛି ।
ଅନ୍ୟ ୨ ଟି ମାଙ୍କଡା ଚୋରା ଚାଲାଣ ଗାଡି ରଣପୁର କଲେଜ ପଛପଟ ଜଙ୍ଗଲ ରୁ ଧରିଥିବା ବେଳେ ଗାଡି ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯିବା ପରେ ପୋଲିସ ଗାଡି ୨ ଟି ଚକାରୁ ପବନ ଖୋଲି ଜଗି ରହିଥିବା ଜଣାପଡିଛି । ଜବତ ୪ ଟି ଗାଡି ର ପଥର ଚାଲାଣ ସର୍ମ୍ପକ ରେ କାଗଜ ପତ୍ର ତନଖି ହେଉଥିବା ବିଶେଷ ସୂତ୍ର ରୁ ସୂଚନା ମିଳିଛି । ଏ ସର୍ମ୍ପକେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଚୋରା ମାଙ୍କଡା ପଥର ଗାଡି ଧରିବା ସର୍ମ୍ପକେ ପୋଲିସ ଆମ୍ଭଙ୍କୁ ଏ ପର୍ଯ୍ୟନ୍ତ ସୂଚନା ଦେଇନାହିଁ । ସୂଚନା ଦେବାପରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।