Odiapua.com

ଚୋରା ଚାଲାଣ ବେଳେ ୧୩୨୦କେଜି ଗଜେଂଇ ସହ ବୋଲେରୋ ପିକ ଅପ ଗାଡି ଜବତ, ଜଣେ ଗିରଫ

ମାଲକାନଗିରି,୧୨ା୯ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୁଲିସ କୁ ଏକ ବଡଧରଣ ସଫଳତା ମିଳିଛି । ଗତକାଲି ରାତିରେ ମାଥିଲି ଥାନାର ସବଇନିସପେକ୍ଟର ଆର.କେ .ସେଠୀ ଓ ପୁଲିସ ସଦଳବଳ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ମାଥିଲି ମାଲାକନଗିରି ରାସ୍ତା ରେ ଏକ ବୋଲେରୋ ପିକ ଅପ ଗାଡି ଦୃତଗତିରେ ପଳାଉଥିବାର ଦେଖି ତାକୁ ଗୋଡାଇ ଧରିଥିଲେ । ଗାଡିଟିକି ଜାଚଂକରିବାରୁ ସେଥିରୁ ୪୯ ଟି ପ୍ଲାଷ୍ଟିକ ବସ୍ତାରେ ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ଗାଡି ଓ ଗଜେଂଇ ଜବତ ସହ ଗାଡିରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଆଜି ସକାଳେ ଜବତ ଗଜେଂଇଗୁଡିକୁ ଓଜନ କରିବାରୁ ୪୯ ଟି ପ୍ଲାଷ୍ଟିକ ବସ୍ତାରେ ୧୩୨୦ କେଜି ଗଜେଂଇ ଥିଲା । ଗିରଫ ବ୍ୟକ୍ତିଙ୍କ ନିକଟରୁ ନଗଦ ୧ହଜାରଟଙ୍କା,ମୋବାଇଲ ଫୋନ ପୁଲିସ ଜବତ କରିଛି । ଗିରଫ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ଭଗବାନପୁର ଗ୍ରାମର ସଜଂୟ ରାୟ ସେ ଏହି ଗଜେଂଇ ଗୁଡିକୁ ମାଲକାନଗିରି ଥାନା ପଦ୍ମଗିରି ଅଚଂଳରୁ କ୍ରୟକରି ପଶ୍ଚିମବଙ୍ଗ କୁ ବିକ୍ରୟ କରିବା ନିମନ୍ତେ ନେଉଥିବାର ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଗିରଫ ସଂଜୟ ଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଚଳିତ ବର୍ଷ ମାଲାକନଗିରି ଜିଲ୍ଲାପୁଲିସ ପକ୍ଷରୁ ବିଭିନ୍ନସ୍ଥାନ ଚଢାଉକରା ଯାଇ ୭୨ଟି ଚୋରା ଗଜେଂଇ ଚାଲାଣ ମାମଲା ରୁଜିହୋଇଛି,ଆଜି ସୁଦ୍ଧା ୨୪,୨୧୧୫,୭୧୦ କେଜି ଚୋରା ଗଜେଂଇ ଓ ୭୩ ଟି ଗାଡି ଜବତ ସହ ୨୦୬ ଜଣ ଙ୍କୁ ଗିରଫ କରାଯାଇଛି ବୋଲି ଆଜି ଏ ସମ୍ପର୍କରେ ମାଲକାନଗିରି ଏସପି ରିଶିକେଶ ଡି. ଖିଲାରୀ ପ୍ରେସ ନୋଟ ମାଧ୍ୟମରେ ଗଣ ମାଧ୍ୟମକୁ ଜଣାଇଛନ୍ତି ।