Odiapua.com

ଚୋରା କୋଇଲା ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୨ ଗିରଫ

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋରା କୋଇଲା କାରବାର ଦିନକୁ ଦିନ ଭଦ୍ରକରେ ବୃଦ୍ଧି ପାଇଆସୁଥିବାବେଳେ ଏଥିରେ ସଂପୃକ୍ତ ବହୁ ବ୍ୟକ୍ତି ଗିରଫ ହୋଇ ଜେଲ୍ ଯାଇଛନ୍ତି । ତଥାପି ଏହି ଚୋରା କାରବାର ଥମିବାର ନାଁ ଧରୁନି । ଆଜି ଚୋରା କୋଇଲା ବୋଝେଇ ପିକ୍‌ଅପ୍ ଭ୍ୟାନ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଚୂଡାମଣି ସାମୁଦ୍ରିକ ଥାନା ପୁଲିସ୍ । ସୂଚନା ଅନୁସାରେ ଦୀର୍ଘଦିନ ବ୍ୟବଧାନ ପରେ ବାସୁଦେବପୁରର ଚୂଡାମଣି ସାମୁଦ୍ରିକ ଥାନା ପକ୍ଷରୁ ଚଢାଉ କରାଯାଇ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରାଯାଇଛି । ଏବଂ ଏହି ଘଟଣାରେ ଜଡିତ ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।