“ଆଜି କେବଳ ସଫଳତାର ଦିନ ନୁହେଁ ଆକାଂକ୍ଷାର ଦିନ”
“ସମଗ୍ର ବିଶ୍ୱ ଭାରତର ଯୁବ ସମାଜ ଉପରେ ଆଶା ରଖିଛି। କାରଣ ଆପଣମାନେ ଦେଶର ଅଭିବୃଦ୍ଧି ଇଞ୍ଜିନ ଓ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ”
“ବାଧାବିଘ୍ନ କହେ ଆମେ କି ଉପାଦାନରେ ଗଢ଼ା। ଭାରତ ଅଜଣା ବିଷୟକୁ ବିଶ୍ୱାସର ସହ ସମ୍ମୁଖୀନ ହୋଇଛି”
“ଆନ୍ତର୍ଜାତିକ ବାଣିଜ୍ୟ ଗତିବିଧିରେ ଭାରତର ସ୍ଥାନ ସର୍ବୋତ୍ତମ”
“ବୈଶ୍ୱିକ ଯୋଗାଣ ବ୍ୟବସ୍ଥାରେ ଭାରତ ଏକ ପ୍ରମୁଖ ଯୋଗସୂତ୍ର ହେବାରେ ଲାଗିଛି”
“ବୈଶ୍ୱିକ ଜ୍ଞାନ ଉପରେ ଆସ୍ଥା ନେଇ ବିପଦ ଥିଲେ ମଧ୍ୟ ସଂସ୍କାର ପାଇଁ ଏଥିରେ ଥାଏ ସ୍ୱଭାବ”
“ଏକ ସବଳ ସରକାର ସବୁ ବା ସମସ୍ତଙ୍କୁ ନିୟନ୍ତ୍ରଣ କରିନଥାଏ। ଏହା ହସ୍ତକ୍ଷେପ ନିମନ୍ତେ ବ୍ୟବସ୍ଥାର ଗତିକୁ ନିୟନ୍ତ୍ରଣ କରିଥାଏ। ଏକ ସବଳ ସରକାର କଟକଣାଯୁକ୍ତ ନୁହେଁ, ଉତ୍ତରଦାୟୀ। ଏକ ସବଳ ସରକାର ପ୍ରତ୍ୟେକ କ୍ଷେତ୍ରକୁ ପ୍ରବେଶ କରେ ନାହିଁ। ଏହା ନିଜକୁ ସୀମିତ ରଖିବା ସହ ଜନସାଧାରଣଙ୍କ ମେଧାଶକ୍ତି ପାଇଁ ସ୍ଥାନ ରଖିଥାଏ”
ଚେନ୍ନାଇ ୨୯-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇଠାରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। ତାମିଲନାଡୁ ରାଜ୍ୟପାଳ ଶ୍ରୀ ଏନ ରବି, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ କେ ଷ୍ଟାଲିନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଏଲ ମୁରୁଗନ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।
ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମ୍ମାନ ଗ୍ରହଣ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। “ଆଜି ଆନ୍ନା ବିଶ୍ୱବିଦ୍ୟାଳୟରୁ ୪୨ତମ ସମାବର୍ତ୍ତନ ସମାରୋହରେ ଯେଉଁମାନେ ସ୍ନାତ୍ତକ ଉପାଧି ହାସଲ କରିଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ। ଆପଣମାନେ ସମସ୍ତେ ନିଜ ମନ ମଧ୍ୟରେ ନିଜର ଭବିଷ୍ୟତ ଗଠନ କରି ସାରିଥିବେ। ତେଣୁ ଆଜି କେବଳ ସଫଳତା ହାସଲ ଦିନ ନୁହେଁ ଆକାଂକ୍ଷାର ଦିନ” ବୋଲି ସେ କହିଥିଲେ। ସେମାନଙ୍କୁ ଆସନ୍ତା କାଲିର ନେତା ଭାବେ ଅଭିହିତ କରି ବାପା-ମାଆ, ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ତ୍ୟାଗର ସେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ୧୨୫ ବର୍ଷ ପୂର୍ବରୁ ମାଦ୍ରାସରେ ସ୍ୱାମୀ ବିବେକାନନ୍ଦ ଭାରତୀୟ ଯୁବଗୋଷ୍ଠୀଙ୍କ ସମ୍ଭାବନା ନେଇ କହିଥିବା ବକ୍ତବ୍ୟର ସ୍ମୃତିଚାରଣ କରିଥିଲେ। ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମଗ୍ର ବିଶ୍ୱ ଭାରତୀୟ ଯୁବଶକ୍ତି ପ୍ରତି ଅନେକ ଆଶା ରଖିଛି। କାରଣ ଆପଣାମାନେ ଦେଶର ଅଭିବୃଦ୍ଧିର କଳ ଓ ଭାରତ ହେଉଛି ବିଶ୍ୱ ଅଭିବୃଦ୍ଧିର କଳ।”
ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆନ୍ନା ବିଶ୍ୱବିଦ୍ୟାଳୟ ସହ ଜଡିତ ହେବାର ସ୍ମୃତିଚାରଣ କରିଥିଲେ। “ତାଙ୍କର ଚିନ୍ତାଧାରା ଓ ମୂଲ୍ୟବୋଧ ସବୁବେଳେ ଆପଣମାନଙ୍କୁ ପ୍ରେରଣା ଦେଉ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ବୈଶ୍ୱିକ ମହାମାରୀ ଥିଲା ଏକ ଅଭୂତପୂର୍ବ ଘଟଣା। ଏହା ଗୋଟିଏ ଶତାବ୍ଦୀର ଜଟିଳ ପରିସ୍ଥିତି ଯାହାର କୌଣସି ନଥିପତ୍ର କାହାପାଖରେ ନଥାଏ। ପ୍ରତ୍ୟେକ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆମେ କଣ କି ଉପାଦାନରେ ଗଢ଼ା ଯାଏ ପ୍ରତିଘାତ ତାହାର ପ୍ରମାଣ। ଭାରତ ଏଭଳି ଅଜ୍ଞାତ ପରିସ୍ଥିତିକୁ ଗଭୀର ଆତ୍ୱବିଶ୍ୱାସର ସହ ସାମ୍ନା କଲା। ଦେଶର ବୈଜ୍ଞାନିକ, ବୃତ୍ତିଗତ ସ୍ୱାର୍ଥକର୍ମୀ ଓ ଜନସାଧାରଣ ସେଥିପାଇଁ ଧନ୍ୟବାଦର ପାତ୍ର। ସେଥିପାଇଁ ଦେଶର ପ୍ରତ୍ୟେକ କ୍ଷେତ୍ର ସେଥିପାଇଁ ଏକ ନୂଆ ଜୀବନରେ ଉତ୍ସାହିତ। ଶିଳ୍ପ, ପୁଞ୍ଜି ବିନିଯୋଗ, ନବୋନ୍ମୋଷ ଓ ଆନ୍ତର୍ଜାତିକ ବାଣିଜ୍ୟ ସବୁଥିରେ ଭାରତ ଆଗରେ ରହିଛି।
ଭାରତ ବିଶ୍ୱରେ ଦ୍ୱିତୀୟ ମୋବାଇଲ ଫୋନ ଉତ୍ପାଦନକାରୀ ଦେଶ ଭାବେ ଗତ ବର୍ଷ ସ୍ଥାନ ପାଇଥିଲା। ନବୋନ୍ମୋଷ ଏକ ଜୀବନଧାରା ପାଲଟିଯାଇଛି। ଗତ ଛଅ ବର୍ଷ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପସ ସଂଖ୍ୟା ଶତକଡା ୧୫ ହଜାର ଭାଗ ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ଭାରତ ଗତ ବର୍ଷ ରେକର୍ଡ ପରିମାଣର ୮୩ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପାଇଥିଲା। ବୈଶ୍ୱିକ ମହାମାରୀ ପରେ ଆମର ଷ୍ଟାର୍ଟଅପସ ମଧ୍ୟ ରେକର୍ଡ ପାଣ୍ଠି ହାସଲ କରିଛି। ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଭାରତର ସ୍ଥିତି ସବୁଠାରୁ ଉନ୍ନତ ସ୍ତରରେ ରହିଛି।
ପ୍ରଧାନମନ୍ତ୍ରୀ କହିଥିଲେ ବୈଷୟିକ ଜନିତ ବାଧାବିଘ୍ନରେ ଭାରତ ସପକ୍ଷରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। ପ୍ରଥମ ହେଲା ବୈଷୟିକ ଜ୍ଞାନ ନିମନ୍ତେ ରୁଚି ରହିଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଏକ ଆରାମଦାୟକ ଅନୁଭୂତି ରହିଛି। ଗରୀବରୁ ଗରୀବତମ ବ୍ୟକ୍ତି ମଧ୍ୟ ଏହାକୁ ଆଦରି ନେଇଛି। ଦ୍ୱିତୀୟ ହେଲା ଯେଉଁମାନେ ବିପଦ ସମ୍ଭାବନାକୁ ନେଇଛନ୍ତି ସେମାନଙ୍କ ଉପରେ ଆସ୍ଥା ରହିଛି। ଆଗରୁ କୌଣସି ସାମାଜିକ ଉତ୍ସବରେ ଜଣେ ଯୁବକ ବା ଯୁବତୀ ନିଜକୁ ଜଣେ ଉଦ୍ୟୋଗପତି ଭାବେ ନିଜର ପରିଚୟ ପ୍ରଦାନ କରିବା ଅସୁବିଧା ହେଉଥିଲା। ସାଧାରଣତଃ ଲୋକମାନେ ସେମାନଙ୍କୁ ସ୍ଥାୟୀ ବସବାସ କରିବା ଦରମାବାଲା ଚାକିରି ପାଇଁ ଲାଗ ବୋଲି କହୁଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ଓଲଟି ଯାଇଛି। ତୃତୀୟ କାରଣ ହେଲା ସଂସ୍କାର ପାଇଁ ମାନସିକତା। ପ୍ରଧାନମନ୍ତ୍ରୀ ଆଗରୁ କହିଥିଲେ ଯେ ଆଗରୁ ଗୋଟେ ଧାରଣା ଥିଲା ଯେ ଏକ ସବଳ ସରକାର ସବୁ ଓ ସମସ୍ତଙ୍କୁ ନିୟନ୍ତ୍ରଣ କରିବ। ମାତ୍ର ଆମେ ଏହାର ପରିବର୍ତ୍ତନ କରିଛୁ। ଏକ ସବଳ ଓ ସରକାର ସବୁ ଓ ସମସ୍ତଙ୍କୁ ନିୟନ୍ତ୍ରଣ କରେନାହିଁ। ଏହା ବ୍ୟବସ୍ଥାର ଗତିକୁ ନିୟନ୍ତ୍ରଣ ପ୍ରତି ହସ୍ତକ୍ଷେପ କରେ। ଏକ ସବଳ ସରକାର କଟକଣାଯୁକ୍ତ ନୁହେଁ ଏହା ଉତ୍ତରଦାୟୀ।
ଏକ ସବଳ ସରକାର ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରେନାହିଁ। ଏହା ନିଜକୁ ସୀମାବଦ୍ଧ କରି ଜନସାଧାରଣଙ୍କର ମେଧାଶକ୍ତି ଉପଯୋଗ ପାଇଁ ବାଟ ଛାଡିଥାଏ ବୋଲି ସେ ବର୍ଣ୍ଣନା କରିଥିଲେ। “ଏକ ସବଳ ସରକାରର ଶକ୍ତି ଏକ ପ୍ରକାର ସ୍ଥିତିରେ ନିହିତ ଥାଏ ଯେ ଏହା କେବେ ସବୁ ଜାଣିବା ବା ସବୁ କରିବା ସମ୍ଭବ ନୁହଁ ବୋଲି ତାକୁ ବିନା ଦ୍ୱିଧାନରେ ସ୍ୱୀକାର କରିଥାଏ।” ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆସୁଛି ଓ ଜନସାଧାରଣଙ୍କ ମେଧାଶକ୍ତି ସେଥିରେ ଉପଯୋଗ ହେଉଛି। ସେ ଜାତୀୟ ଶିକ୍ଷାନୀତିରେ ଯୁବ ସମାଜକୁ ଦିଆହୋଇଥିବା ସ୍ୱାଧୀନତା ଓ ନମନୀୟତାର ଉଦାହରଣ ଦେଇଥିଲେ ଓ କିପରି ବ୍ୟାବସାୟିକ ସୁଗମତା ନିମନ୍ତେ ୨୫, ୦୦୦ ବାଧାବିଘ୍ନ ଦୂର କରାଯାଇଛି କହିଥିଲେ। “ଆଞ୍ଜେଲ ଟିକସ ଉଚ୍ଛେଦ, ବାଣିଜିକ ଟିକସ ହ୍ରାସ ଶିଳ୍ପ ପାଇଁ ଉତ୍ସାହ ଆଣି ଦେଇଛି। ଡ୍ରୋନ, ମହାକାଶ ଓ ଭୂବିଜ୍ଞାନ କ୍ଷେତ୍ରରେ ସଂସ୍କାର ନୂତନ କ୍ଷେତ୍ରର ବିକାଶରେ ସହାୟକ ହେଉଛି” ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଯୁବାଶକ୍ତି ଓ ଦେଶର ପ୍ରଗତି ମଧ୍ୟରେ ସଂଯୋଗର ଅବତାରଣା କରିଥିଲେ। ଉପସଂହାରରେ ସେ କହିଥିଲେ ଯେ “ଆପଣମାନଙ୍କ ଅଭିବୃଦ୍ଧି ଭାରତର ଅଭିବୃଦ୍ଧି। ଆପଣମାନଙ୍କ ଶିକ୍ଷା ଦେଶର ଶିକ୍ଷା। ଆପଣମାନଙ୍କ ବିଜୟ ଦେଶର ବିଜୟ।”
ସମାରୋହରେ ପ୍ରଧାନମନ୍ତ୍ରୀ ୬୯ ଜଣ ସ୍ୱର୍ଣ୍ଣପଦକଧାରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆନ୍ନା ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୪, ୧୯୭୮ରେ ପ୍ରତିଷ୍ଠା କରାଯାଇଥିଲା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି ଏନ ଆନ୍ନାଦୁରାଇଙ୍କ ନାମରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏଥିରେ ୧୩ଟି ଏକକ ମହାବିଦ୍ୟାଳୟ, ୪୯୪ଟି ସ୍ୱୀକୃତିପ୍ରାପ୍ତ ମହାବିଦ୍ୟାଳୟ ତାମିଲନାଡୁରେ ରହିଥିବା ବେଳେ, ତିରୁନେଲଭେଲୀ, ମଦୁରାଇ ଓ କୋଏମ୍ବାଟୁରରେ ତିନିଟି ଆଞ୍ଚଳିକ ପରିସର ରହିଛି।