Odiapua.com

ଚୁନିଦା ଯାଦବ ଭବନରେ ପବିତ୍ର ଜନ୍ମାଷ୍ଟମୀ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୧୦ଟା ସମୟରେ ଚୁନିଦାସ୍ଥିତ ଯାଦବ ଭବନ ଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ରାଜ୍ୟ ସଂପାଦକ ଅମର ନାୟକ, ଜିଲା ଯୁବ ଯାଦବ ସଭାପତି ସାମ୍ବାଦିକ ରବିନାରାୟଣ ଖିଲାର, ସଂପାଦକ ସନ୍ତୋଷ ଦାସ, ଉପଦେଷ୍ଟା ନିତ୍ୟାନନ୍ଦ ବେହେରା, ସନାତନ ମହାକୁଡ, ଆବାହକ କୃଷ୍ଣଚନ୍ଦ୍ର ବେହେରା, ଉପସଭାପତି ସଂଜୀବ ନାୟକ, ସାଧୁ ବାରିକ, ନିରୁ ବାରିକ, ପ୍ରଶାନ୍ତ ବେହେରା, ସତ୍ୟବ୍ରତ ଦାସ, ରାଜେଶ ବାରିକ, ଜଗତ ବାରିକ, ପିୟୁସ ଦାସ, ସାଇ ମହାକୁଡ, ମନୋରଂଜନ ବାରିକ, ମନୋଜ ବାରିକ, ବାଣୀକଲ୍ୟାଣ ନାୟକ, ଜଗନ୍ନାଥ ବେହେରା, ବାଦଲ ଦାସ ପ୍ରମୁଖ କର୍ମକର୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜୋତ୍ସବ ଅନୁଷ୍ଠିତ ହୋଇଥିଲା । ଯାଦବ ନେତ୍ରୀ ସଂଯୁକ୍ତା ଯାଦବ, ଶାନ୍ତିଲତା ବାରିକ ପ୍ରମୁଖ ବହୁ ମହିଳା ଶ୍ରୀକୃଷ୍ଣପ୍ରେମୀ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ପ୍ରତିମାସ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପାଇଁ ଯୁବ ଯାଦବ ମହାସଭା ପକ୍ଷରୁ ରାଜ୍ୟ ସଂପାଦକ ଶ୍ରୀ ନାୟକ ମାସିକ ୧ ହଜାର ଟଙ୍କା ପ୍ରଦାନ କରିବେ ବୋଲି କହିଥିଲେ । ଏଥିସହିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜିଲା ଯୁବ ଯାଦବକୁ ଅନୁମତି ଦେଲେ କର୍ମକର୍ତାଙ୍କ ସହିତ ଆଲୋଚନା ପରେ ପୂର୍ଣ୍ଣାଙ୍ଗ କରାଯିବ ବୋଲି ସଭାପତି ଶ୍ରୀ ଖିଲାର ଓ ଉପସଭାପତି ନିରୁ ବାରିକ କହିଥିଲେ । ଏହି କାର୍ଯ୍ୟର ଦାୟିତ୍ୱ ଯୁବ ଆବାହକ କୃଷ୍ଣଚନ୍ଦ୍ର ବେହେରା ଓ ବାଦଲ ଦାସଙ୍କୁ ଦିଆଯିବାର ନିଷ୍ପତି ହୋଇଥିଲା ।