Odiapua.com

ଚୁନିଦା ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଚୁନିଦା ଗ୍ରାମରେ ବିଶ୍ୱ ଆନ୍ତର୍ଜାତୀକ ଯୋଗ ଦିବସ ଆନନ୍ଦ ମାର୍ଗ ପ୍ରଚାରକ ସଂଘ, ଚିନ୍ମୟ ପ୍ରତିଷ୍ଠାନ ସଂସ୍ଥାନର ଅଧ୍ୟକ୍ଷ ଡ- ଚିନ୍ମୟ ଦାଶ ଓ କୁରାଳ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଯୋଗ ଶିକ୍ଷକ କାହ୍ନୁଚରଣ ସାହୁ ପ୍ରଶିକ୍ଷଣ ମାଧ୍ୟମରେ ବିଭିନ୍ନ ପ୍ରକାର ଆସନ, ପ୍ରାଣାୟମ ସହ ବିଭିନ୍ନ ପ୍ରକାର ରୋଗାର ନିରାକାର ଦିଗରେ ଥିବା ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଏହାପରେ ଯୁବକ-ଯୁବତୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆସନ, କୋଷିକ, ତାଣ୍ଡବ, ସୂର୍ଯ୍ୟ ନମସ୍କାର ପରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ରାଜଶ୍ରୀ ବେହେରା, ମଧୁସ୍ମିତା ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ମଧୁମିତା ବେହେରା, ପ୍ରଦୀପ କୁମାର ସାହୁ, ଚୈତନ୍ୟ ପ୍ରକାଶ, ରଶ୍ମିତା ସାହୁ, ଲିଜାରାଣୀ ସାହୁ, ପୂର୍ଣ୍ଣବାସୀ, ଜୟଶ୍ରୀ ବେହେରା ପ୍ରମୁଖ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଶଶଧର ସାହୁ, ସସ୍ମିତା ସାହୁଙ୍କ ସମେତ ଯୁବ ସମାଜସେବୀ ଅନୀଲ କୁମାର ବେହେରା, ପଦ୍ମାବତୀ ସାହୁ, ଭାସ୍କର ଚନ୍ଦ୍ର ସାହୁ, ଦିଗମ୍ବର ସାହୁ, ଲୋକନାଥ ବେହେରା, ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ।