Odiapua.com

ଚୁକ୍ତିଭିତ୍ତିରେ କାର୍ଯ୍ୟ କରିବା ଆରମ୍ଭ କଲେ ଧାରଣାରତ କର୍ମଚାରୀ

ବଲାଙ୍ଗୀର, ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ କର୍ମଚାରୀ ଠିକା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମନା କରଦେଇ ଦୀର୍ଘ ୨୫ ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ତେବେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ ଦିନ ମଜୁରୀ ମୁତାବକ ଦରମା ପାଉଥିଲେ। ହେଲେ ଇତି ମଧ୍ୟରେ ନୂତନ ରୂପେ ଟିଟିଲାଗଡ଼ ଉପଜିଲ୍ଲାପାଳ ଯୋଗ ଦେବା ସହ ଟିଟିଲାଗଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରି ପ୍ରଥମେ ୧୪ ଜଣ କର୍ମଚାରୀ ଯେଉଁ ମାନେ ପ୍ରାୟ ୧୦ ବର୍ଷ ରୁ ଅଧିକ ସମୟ ବିଭିନ୍ନ ବିଭାଗରେ କାର୍ଯ୍ୟ ସମ୍ପାଦନ କରୁଥିଲେ, ତାଙ୍କୁ କାର୍ଯ୍ୟ ରୁ ଅନ୍ତର କରିଦେଇଥିଲେ। ପରେ ସମସ୍ତ ସହସ୍ରାଧିକ ସଫେଇ କର୍ମଚାରୀ ଙ୍କୁ ଏହି ଠିକା ବା ଚୁକ୍ତିଭିତ୍ତି ରେ କାର୍ଯ୍ୟ କରିବା ପାଇଁ କହିଥିଲେ। ହେଲେ କର୍ମଚାରୀ ଏହାର ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ଯଦ୍ୱାରା ସହରରେ ପରିମଳ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲା। ତେବେ ଟିଟିଲାଗଡ଼ ଉପଜିଲ୍ଲାପାଳ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ରେ ଏସମା ଛଅ ମାସ ପାଇଁ ଲାଗୁ କରିଥିଲେ, ଏବଂ ଧାରଣା ପ୍ରତ୍ୟାହୃତ କରିବା ଛଡା ଅନ୍ୟ ଉପାୟ ନ ଥିଲା। ହେଲେ କାର୍ଯ୍ୟ ଆରମ୍ଭ କରି ନ ଥିଲେ। ଏ ନେଇ ଗତ ସୋମବାର ଦିନ ଉକ୍ତ ସଫେଇ କର୍ମଚାରୀ ଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଏକ ଆଲୋଚନା ସଭା ଅନୁଷ୍ଠିତ କରିଥିଲେ, ଉକ୍ତ ସଭାରେ ଠିକା ଚୁକ୍ତିଭିତ୍ତି ଅନୁଯାୟୀ କାର୍ଯ୍ୟ କରିବା କୁ ରାଜି ହୋଇଥିଲେ। ସୂଚନା ଅନୁଯାୟୀ ଟିଟିଲାଗଡ ପୌର ପରିଷଦ ପରିମଳ ବ୍ୟବସ୍ଥା ରେ ଆଉଟସୋର୍ସ ପ୍ରକ୍ରିୟା ଆପଣାଇବାକୁ ଧାର୍ଯ୍ୟ କରା ଯାଇ ଅଜିଛି। ରାଉଲକେଲା ର ଏକ ଠିକା ସଂସ୍ଥା ଗତ ୨୩ ତାରିଖ ରେ ଆସି ଠିକା ଚୁକ୍ତି ପ୍ରକ୍ରିୟା ରେ ଆବେଦନ କରି ଥିବା ବେଳେ ଧାରଣା ରତ ଓ ସ୍ଥାନୀୟ ସଫେଇ କର୍ମଚାରୀମାନେ ବିରୋଧ କରିବାରୁ ସେ ନିଜ ଆବେଦନ ପତ୍ର ପ୍ରତ୍ୟାହାର କରି ଫେରି ଯାଇଥିଲେ। ଏ ନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଉଚ୍ଚ ଅଧିକାରୀଙ୍କ ସହ, ଆନ୍ଦୋଳନରତ କର୍ମଚାରୀ ମାନେ ଅନେକ ଥର ଆଲୋଚନା କରି ବିଫଳ ହୋଇଥିଲେ। ଟିଟିଲାଗଡ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ ଓ ଭୀମ ଆର୍ମିର ସଦସ୍ୟ ବିଜୟ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ। ନୂତନ ପ୍ରକ୍ରିୟାରେ ଶ୍ରମ ବିଭାଗ ଆଇନ ମୁତାବକ କର୍ମଚାରୀଙ୍କୁ ଉପଯୁକ୍ତ ପାରିଶ୍ରମିକ, ଇପିଏଫ, ଇଏସଆଇ, ବୀମା, ସ୍ବାସ୍ଥ୍ୟ ବୀମା, ଅବସରକାଳୀନ ସହାୟତା, ପେନସନ ଆଦି ସୁବିଧା ହାସଲ କରିବେ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଲିଛି। ପ୍ରକାଶ ଯେ ବରଗଡ଼ ର ଏକ ସଂସ୍ଥା ଉକ୍ତ ଦାଇତ୍ୱ ତୁଲାଇବା ଚୁକ୍ତି ହୋଇ ଥିବା ନିଷ୍ପତ୍ତି ନିଆଯାଇଛି। ସେହିପରି ଅନ୍ୟ ବିଭିନ୍ନ ବିଭାଗ ର କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ତାଙ୍କୁ କାର୍ଯ୍ୟ ରେ ପୁନଃ ଯୋଗଦାନ ପ୍ରଦାନ କରାଯିବା ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।