Odiapua.com

ଚୀନ କରିବ କୃତ୍ରିମ ଚନ୍ଦ୍ର! ଷ୍ଟ୍ରିଟ ଲାଇଟର ଆବଶ୍ୟକତା ପଡିବନି

ଭୁବନେଶ୍ୱର;୧୯,ଅକ୍ଟୋବର:ଚୀନର ଏକ କୃତ୍ରିମ ଚନ୍ଦ୍ର ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛି।ଏହି ଉପଗ୍ରହ ପୃଥିବୀ ପୃଷ୍ଟରୁ ପାଖାପାଖି ୮୦ କିମି ଉଚ୍ଚରୁ ରହି ଆଲୋକିତ କରିବ।ଏବଂ ବଡ଼ କଥା ଏହିକି ଯି ଯେ,ପ୍ରକୃତ ଚନ୍ଦ୍ରଠାରୁ ଏହା ୮ଗୁଣା ଅଧିକ ଉଜ୍ୱଳ ଦିଶିବ।ଏହି ଉପଗ୍ରହକୁ ଚେଙ୍ଗଦୁ ସହରର ଦକ୍ଷିଣ ପଶ୍ଚିମ ଅଂଚଳର ୨୦୨୦ ପର୍ଯ୍ୟନ୍ତ ସ୍ଥାପନା କରାଯିବ ବୋଲି ଯୋଜନା କରାଯାଇଛି।

ଫ୍ରାନ୍ସର ଜଣେ କଳାକାରଙ୍କ ବିଚାରଧାରାରୁ ଏହାର ପରିକଳ୍ପନା କରାଯାଇଛି।ଆଲୋକ ପାଇବା ପାଇଁ ପୃଥିବୀକୁ ଚାରିପଟୁ ଦର୍ପଣ ଦ୍ୱାରା ଘେରିବା କଥା କଳାକାର ଜଣଙ୍କ କହିଥିଲେ।ଏହି କୃତ୍ରିମ ଚନ୍ଦ୍ରକୁ ଷ୍ଟ୍ରୀଟ୍ ଲାଇଟର ବିକଳ୍ପ ବୋଲି କୁହାଯାଉଛି।ଏହି ଉପଗ୍ରହକୁ ୧୦ ରୁ ୮୦ କିମି ଦୂରରୁ ନିୟନ୍ତ୍ରିତ କରାଯାଇ ପାରିବ।

ତେବେ,ଚେଙ୍ଗଦୁ ସହରର କୃତ୍ରିମ ଚନ୍ଦ୍ର ପରିଯୋଜନାର ବିରୋଧ ମଧ୍ୟ ଆରମ୍ଭ ହୋଇଯାଇଛି।ଏହି କଥାକୁ ନେଇ କେତେକ ଚିନ୍ତିତ ଅଛନ୍ତି ଯେ,ଏହା ଦ୍ୱାରା ପଶୁ ପ୍ରାଣୀଙ୍କୁ ଅନ୍ତରୀକ୍ଷରୁ ଖରାପ ପ୍ରଭାବ ପଡିପାରେ।କିନ୍ତୁ ସେଠାକାର ବରିଷ୍ଠ ବୈଜ୍ଞାନିକଙ୍କ ମୁତାବକ,କୃତ୍ରିମ ଚନ୍ଦ୍ର ବେଶୀ ଉଜ୍ଜ୍ୱଳ ରହିବ ନାହିଁ।ତେଣୁ ଏହାର କୁପ୍ରଭାବ ସେପରି ରହିବ ନାହିଁ।/ଦେବଦତ୍ତ