ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ନୂଆ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ୨୧ ହଜାର ୭୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୪୪ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ୨୦ହଜାର ୧୯ଜଣ ସୁସ୍ଥ ହୋଇସାରିଥିବା ବେଳେ ଆଉ ୧୭୦୨ଜଣ ସକ୍ରିୟ ଅଛନ୍ତି । ନୂତନ ଚିହ୍ନଟଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ୨୦, ବନ୍ତ ବ୍ଲକର ୨୪, ଚାନ୍ଦବାଲି ବ୍ଳକର ୫, ଧାମନଗର ବ୍ଲକରୁ ୯, ଭଣ୍ଡାରିପୋଖରୀ ବ୍ଲକରୁ ୧୬, ଧାମନଗର ଏନ୍ଏସିରୁ ୫ଜଣ, ବାସୁଦେବପୁର ବ୍ଳକରୁ ୧୩ଜଣ, ଭଦ୍ରକ ବ୍ଲକରୁ ୧୬ଜଣ, ତିହିଡ଼ି ବ୍ଳକରୁ ୭ଜଣ, ଚାନ୍ଦବାଲି ଏନ୍ଏସିରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାରୁ ୯ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୯ଜଣ ବାହାରେ ଚିହ୍ନଟ ହୋଇଛନ୍ତି ।