Odiapua.com

ଚିହ୍ନଟ ହେଲେ ୪୧ ଆଉ କରୋନା ଆକ୍ରାନ୍ତ, ଜଣେ ମୃତ

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଉ ୪୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରୁ ୩ ଲକ୍ଷ ୩୭ହଜାର୧୨ଜଣଙ୍କ ନମୁ ନା ପରୀକ୍ଷା ପରେ ଏ ପର୍ଯ୍ୟନ୍ତ ମୋଟ ୮୩୦୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁଣି ସେମାନଙ୍କ ମଧ୍ୟରୁ ୭୭୨୭ଜଣ ସୁସ୍ଥ ହୋଇ ସାରିଛନ୍ତି । ମୋଟ ମୃତ୍ୟୁ ଘଟିଛି ୨୭ଜଣଙ୍କର । ମୋଟ ୫୫୨ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଗତକାଲି ଜଣେ ୩୮ବର୍ଷୀୟ ଯୁବକଙ୍କର କରୋନାରେ ମୃତ୍ୟୁ ହୋଇ ଯାଇଛି । ଯେଉଁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଭଦ୍ରକ ବ୍ଲକର ସାବରଙ୍ଗର ଜଣେ ସମ୍ ହସ୍‌ପିଟାଲରୁ, ଭଦ୍ରକ ପୌରପାଳିକା ୬ ନଂ ୱାର୍ଡ ବାଇପାସରୁ ଜଣେ ଭୁବନେଶ୍ୱରର ଆମ୍‌ରି ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର କ୍ଷେମପୁର ଗ୍ରାମରୁ ଜଣେ, ନୂଆଗାଁ ଗ୍ରାମରୁ ଜଣେ, ଉରୁଣିଆ ଗ୍ରାମରୁ ଜଣେ, ବାସୁଦେବପୁର ପୌରପାଳିକାର ୧୦ନଂ ୱାର୍ଡରୁ ଜଣେ, ଭଦ୍ରକ ବ୍ଲକର ଚରମ୍ପାରୁ ଜଣେ, ଏରଡାରୁ ଜଣେ, କୁନ୍ତଳା ଗ୍ରାମରୁ ଜଣେ, ବାରିକପୁରରୁ ୨ଜଣ, ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗରୁ ଜଣେ, ଭଦ୍ରକ ପୌରପାଳିକାର ୧୦ ନଂ ୱାର୍ଡ ଜଗନ୍ନାଥପୁରରୁ ୨ଜଣ, ୧୪ ନଂ ୱାର୍ଡ ସନ୍ଥିଆରୁ ଜଣେ,୧୫ ନଂ ୱାର୍ଡ ପାଟଣାସାହିରୁ ଜଣେ, ୩୦ନଂ ୱାର୍ଡ ଉତ୍ତରବାହିନୀରୁ ଜଣେ, ୬ ନଂ ୱାର୍ଡ ଗୋପବନ୍ଧୁନଗରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଧାମନଗର ବ୍ଲକ ସୋଧ ଗ୍ରାମରୁ ଜଣେ, କୋଠାର ଗ୍ରାମରୁ ଜଣେ, ହାତିଆପଡ଼ାରୁ ୨ଜଣ,ସୂର୍ଯ୍ୟପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ବନ୍ତ ବ୍ଲକ ବରହମପୁରରୁ ଜଣେ, ବଡ଼ବର୍ଚ୍ଚିକୟାଁ ଗ୍ରାମରୁ ଜଣେ, ଅଣିଜୋ ଗ୍ରାମରୁ ଜଣେ,ଗଣ୍ଡଗରା ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଲକ ସାଆନ୍ତ ଗ୍ରାମରୁ ଜଣେ, ବାଲିଗାଁ ଗ୍ରାମରୁ ଜଣେ, ମଧୁପୁର ଗ୍ରାମରୁ ଜଣେ, କୁଞ୍ଜକଳିକା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ତିହିଡି ବ୍ଲକ ନଛିବନ୍ଧା ଗ୍ରାମରୁ ଜଣେ, ଅନ୍ୟ ଜିଲ୍ଲା ଭାବେ କେନ୍ଦ୍ରାପଡା ଜିଲ୍ଲା ରାଜକନିକାରୁ ଜଣେ ଓ ବାଲେଶ୍ୱର ଜିଲ୍ଲା ଖଇରାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।