Odiapua.com

ଚିହ୍ନଟ ହେଲେ ୨୨୮ ଆକ୍ରାନ୍ତ, ସୁସ୍ଥ ହେଲେ ୨୪୬

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲିର ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ମୋଟ ୪ ଲକ୍ଷ ୧୧ହଜାର ୩୫୯ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୧୮ ହଜାର ୨୨୩ ଜଣ । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୫ ହଜାର ୭୩୩ ଜଣ । ନୂତନ ଆକ୍ରାନ୍ତ ଆଉ ୨୨୮ଜଣ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୪୬ଜଣ । ଏହି ନୂତନ ଆକ୍ରାନ୍ତ ସମସ୍ତେ ଲୋକାଲ କଣ୍ଟାକ୍ଟ ବୋଲି ଜଣା ପଡ଼ିଛି । ଏହି ପରିସଂଖ୍ୟାନ ପରେ ଏବେ ଜିଲ୍ଲାରେ ମୋଟ ୨୪୫୬ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ନୂତନ ଚିହ୍ନଟ ଆକ୍ରାନ୍ତମାନେ ହେଲେ ଭଦ୍ରକ ପୌରପାଳିକାର ୧୫ଜଣ, ବନ୍ତ ବ୍ଳକର ୨୨ଜଣ, ବାସୁଦେବପୁର ବ୍ଳକର ୩ଜଣ, ବାସୁଦେବପୁର ପୌରପାଳିକାର ୨ଜଣ, ଭଦ୍ରକ ବ୍ଳକର ୩୩ଜଣ, ଭଣ୍ଡାରିପୋଖରୀ ବ୍ଳକର ୩୪ଜଣ, ତିହିଡ଼ି ବ୍ଳକର ୨୮ଜଣ, ଚାନ୍ଦବାଲି ବ୍ଳକର ୪୮ଜଣ, ଚାନ୍ଦବାଲି ଏନ୍‌ଏସିର ୧୨ଜଣ, ଧାମନଗର ବ୍ଳକର ୭ଜଣ, ଅନ୍ୟ ଜିଲ୍ଲାରୁ ୭ଜଣ ଏବଂ ଭଦ୍ରକ ଜିଲ୍ଲାର ୧୭ଜଣ ଅନ୍ୟ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି ।