Odiapua.com

ଚିହ୍ନଟ ହେଲେ ୧୩୫ କରୋନା ଆକ୍ରାନ୍ତ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୫ କରୋନା ଆକ୍ରାନ୍ତ । ଯାହା ଫଳରେ ଏଯାବତ୍ ଜିଲ୍ଲାରୁ ମୋଟ ୨୧ ହଜାର ୦୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ ସାରିଛନ୍ତି ୧୯ ହଜାର ୨୩୩ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୭୯୯ଜଣ । ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ପୌରପାଳିକାର ୯ ନଂ ୱାର୍ଡରୁ ଜଣେ, ବାସୁଦେବପୁର ବ୍ଳକର ଆନ୍ଦୋଳା, ଚୁଡାମଣି, ଇରମ, ସୁଗୋ ଗ୍ରାମରୁ ୫ଜଣ, ଭଦ୍ରକ ବ୍ଲକର ଆମ୍ବରୋଳି, ଅଣ୍ଢେଇପଲୀ, ଅର୍ଣ୍ଣପାଳ, ବେଲମଳା, ଏରେଇଁ, ଆରଡିଛକ, ଗେଲଟୁଆ, ଲାଙ୍ଗୁଡ଼ି, କରେଇପୁର, ଓଲଙ୍ଗ, ରାନ୍ଦିଆ ଓ ସାହାଡା ଗ୍ରାମରୁ ମୋଟ ୩୦ଜଣ, ତିହିଡ଼ି ବ୍ଳକର ସୟା, ଅଚକ, ପାଳିଆବିନ୍ଧା ଗ୍ରାମରୁ ମୋଟ ୫ଜଣ, ଧାମନଗର ବ୍ଲକର ବୟାଙ୍ଗଡିହି, ଦଳାଙ୍ଗ, ବାହାରବିଲ, ଫତେପୁର, ଗଢିଆଳି, କଲ୍ୟାଣୀ, କେଶପୁର, ପାତ୍ରପଡା ଆଦି ଗ୍ରାମରୁ ୧୮ଜଣ, ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ, ଝୁଟଣା, ନାଆମୀ, ନପଙ୍ଗ, ନେରଡା, ଅରେଇକଣା, ରାଜେନ୍ଦ୍ରପୁର, ରଞ୍ଜିତ ଗ୍ରାମରୁ ମୋଟ ୧୧ଜଣ, ଧାମନଗର ଏନ୍‌ଏସିରୁ ୨ଜଣ, ଭଦ୍ରକ ପୌରପାଳିକାର ଉତ୍ତର ବାହିନୀ, ଗରଦପୁର, ବାଇପାସ୍‌, ଗବସାହିରୁ ୬ଜଣ, ବନ୍ତ ବ୍ଲକ ଆଡିଆ, ବଡମହିଷିଗୋଠ, ବିଟିପୁର, ପଳସା, ଓଡଙ୍ଗ, ପଧାନପଡା, ବାରିକପୁର ଗ୍ରାମରୁ ୧୧ଜଣ, ଚାନ୍ଦବାଲି ବ୍ଳକର ଓସ୍ତିଆ, ସରଦିଆ, ଭାଟପଡା, ବିଜୟନଗର, ଚରଦିଆ, ବଳଭଦ୍ରକପ୍ରସାଦ, ମହୁଲିଆ, ନଳଗୋହିରା, ମାଣିପୁର ଗ୍ରାମରୁ ମୋଟ ୧୬ଜଣ, ଚାନ୍ଦବାଲି ଏନ୍‌ଏସିରୁ ୧୩ଜଣଙ୍କ ସହିତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଦ୍ରକ ଜିଲ୍ଲାର ୧୫ ଜଣ ବାହାର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।