Odiapua.com

ଚିହ୍ନଟ ହେଲେ ନୂଆ ୬୭ ଆକ୍ରାନ୍ତ

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ଆଜି ନୂଆ କରୋନା ଆକ୍ରାନ୍ତ ୬୭ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରୁ ମୋଟ ୧ ଲକ୍ଷ ୩୦୪୯ ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୬୧୬୬ରେ । ତେବେ ଏମାନଙ୍କ ମଧ୍ୟରୁ ୫୫୯୧ଜଣ ସୁସ୍ଥ ହୋଇ ସାରିଛନ୍ତି । ଗତକାଲି ୧୧୪ ଜଣ ସୁସ୍ଥ ହେବା ପରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ମୋଟ ୫୬୦ଜଣ ଆକ୍ରାନ୍ତ ସକ୍ରିୟ ରହି ଚିକିତ୍ସିତ ହେଉଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନେ ବାସୁଦେବପୁର ବ୍ଳକର ୨ଜଣ, ଭଦ୍ରକ ବ୍ଲକର ୪ଜଣ, ଭଦ୍ରକ ପୌରପାଳିକାର ୬ଜଣ, ବନ୍ତ ବ୍ଳକର ୧୯ଜଣ, ଭଣ୍ଡାରିପୋଖରୀ ବ୍ଲକର ୩ଜଣ, ଚାନ୍ଦବାଲି ବ୍ଲକର ଜଣେ, ଧାମନଗର ବ୍ଳକର ୨୬ଜଣ, ତିହିଡି ବ୍ଳକର ୬ଜଣ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।