Odiapua.com

ଚିହ୍ନଟ ହେଲେ ଆଉ ୪୦ ଆକ୍ରାନ୍ତ, ମୋଟ ସଂଖ୍ୟା ୭ଶହ ପାର ହେଲା

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଭଦ୍ରକ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ଟପିଲା । ୪୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୭୧୭ରେ ପହଞ୍ଚିଛି । ଜିଲ୍ଲାରୁ ୨୦ ହଜାର ୧୮ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟପକ୍ଷରେ ଏହି ୭୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଆକ୍ଟିଭ କେଶ୍ ଭାବେ ୧୨୬ଜଣ ଚିକିତ୍ସିତ ହେଉଛନ୍ତି । ଯେଉଁ ନୂଆ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫ଜଣ ବାକି ୨୫ ଲୋକାଲ କଣ୍ଟାକ୍ଟ । ଆକ୍ରାନ୍ତମାନଙ୍କ ମଧ୍ୟରେ ଜଣେ ତିହିଡି ଗୁଆମାଳ ଗ୍ରାମର ବ୍ୟକ୍ତି ଯିଏ ଏସ୍‌ସିବି ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ଜଣ ଧାମନଗର ଏନ୍‌ଏସିର, ଜଣେ ବାସୁଦେବପୁର ପୌରପାଳିକାରୁ ମଧ୍ୟ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ଭଦ୍ରକ ବ୍ଲକରୁ ବ୍ରହ୍ମପୁର ପଞ୍ଚାୟତର ବରାଙ୍ଗ ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକା ବାଙ୍କାମହଲା ଗ୍ରାମରୁ ଜଣେ, ୨୫ ନଂ ୱାର୍ଡ ସଙ୍ଗତ ଗ୍ରାମରୁ ଜଣେ, ସାୱନବଜାର ପୁଲିସ ଲାଇନ୍‌ରୁ ୨ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ନିଉକଲେନୀରୁ ଜଣେ, ୧୮ ନଂ ୱାର୍ଡ ପାଟଣାସାହିରୁ ଜଣେ, ୨୦ ନଂ ୱାର୍ଡ ବଡଶଙ୍କରପୁର ଗ୍ରାମରୁ ଜଣେ, ୪ ନଂ ୱାର୍ଡ ଚରମ୍ପା ଡଗରାସାହି ଗ୍ରାମରୁ ଜଣେ, ୧୫ ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମରୁ ୨ଜଣ ଓ ମୁଗଗଡିଆ ଗ୍ରାମରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଆକୁଲିକଣା ଗ୍ରାମରୁ ଜଣେ, ବିଷ୍ଣୁପୁର ପଞ୍ଚାୟତ ବିଷ୍ଣୁପୁର ଗ୍ରାମରୁ ଜଣେ, ଜଳମଣ୍ଡୁଆ ପଞ୍ଚାୟତ ଜଳମଣ୍ଡୁଆ ଗ୍ରାମରୁ ଜଣେ, ବାସୁଦେବପୁର ବ୍ଲକ ନୂଆଗାଁ ଗ୍ରାମରୁ ଜଣେ, ଆର୍ତ୍ତୁଂ ପଞ୍ଚାୟତ ଆର୍ତ୍ତୁଂ ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଜଣେ ମୟୁରଭଂଜ ଜିଲ୍ଲାର ଆକ୍ରାନ୍ତ ଭଦ୍ରକରୁ ମଧ୍ୟ ଚିହ୍ନଟ ହୋଇଛନ୍ତି ।

 

ଏମାନଙ୍କ ବ୍ୟତୀତ ଭଦ୍ରକ ବ୍ଲକ ଓକରା ହାଇସ୍କୁଲ ଟିଏମ୍‌ସିରୁ ୩ଜଣ, ବରପଦା କେକେଆର୍ କଲେଜ ଟିଏମ୍‌ସିରୁ ୨ଜଣ, ଜଳଙ୍ଗା ହାଇସ୍କୁଲ ଟିଏମ୍‌ସିରୁ ୩ଜଣ, ବନ୍ତ ବ୍ଳକ କାଦବରାଙ୍ଗ ହାଇସ୍କୁଲ ଟିଏମ୍‌ସିରୁ ୨ଜଣ, ବାସୁଦେବପୁର ବ୍ଲକ ଚତ୍ରିଆ ଟିଏମ୍‌ସିରୁ ୩ଜଣ, ବ୍ରାହ୍ମଣୀଗାଁରୁ ମହାରାଷ୍ଟ ଫେରନ୍ତା ଜଣେ, ଚାନ୍ଦବାଲି ବ୍ଲକ ଯଶିପୁର ସ୍କୁଲ ଟିଏମ୍‌ସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ କରାଯିବା ସହିତ ସେହିସବୁ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । କେତେକ ଅଞ୍ଚଳରେ ଜିଲ୍ଳା ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜେସନ କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି ।