ଖୋର୍ଦ୍ଧା ୪-୧ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ଆଜିଠାରୁ ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ, ମଙ୍ଗଳାଯୋଡି, ନଳବଣ ଏବଂ ନୂଆପଡ଼ା ଆଦି ଅଞ୍ଚଳରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ଅଛନ୍ତି। ପ୍ରତି ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଲାଇଫ୍ ଓଡ଼ିଶା, ବମ୍ବ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ ଏବଂ କେତେକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନରେ କାର୍ଯ୍ୟ କରୁଥିବା ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହୋଇଥିବା ଜଣାପଡିଛି। ବାଲୁଗାଁ ଡିଏଫ୍ଓ ଅଫିସରେ ସନ୍ଧ୍ୟା ସୁଦ୍ଧା ପକ୍ଷୀଗଣନା ରିପୋର୍ଟ ହସ୍ତଗତ ହେବାର ସୂଚନାରୁ ଜଣାପଡିଛି।
ଚିଲିକାରେ ଚାଲିଛି ପକ୍ଷୀ ଗଣନା
