Odiapua.com

ଚିନ୍ମୟ ନାୟକ ବିଜୁ ଯୁବ ଜନତା ଦଳ ହାଟଡିହି ବ୍ଲକ ସଭାପତି ମନୋନୀତ

ହାଟଡ଼ିହି, ୫ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବିଜୁ ଯୁବଜନତା ଦଳର ସଭାପତି ଭାବେ ଚିନ୍ମୟ ନାୟକ ପୁନଃ ମନୋନୀତ ହୋଇଛନ୍ତି । ସେ ଜଣେ ଦକ୍ଷ ଯୁବ ସଂଗଠକ ଭାବରେ ଦୀର୍ଘଦିନ ହେଲା ବିଜୁ ଜନତା ଦଳରେ କାମ କରିଆସୁଛନ୍ତି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ରାକେଶ ରାମ ଚିନ୍ମୟଙ୍କ ନାମ ସଭାପତି ଭାବେ ପୁନର୍ବାର ଘୋଷଣା କରିବାପରେ ହାଟଡିହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ଏପରି ଏକ ଗୁରୁ ଦାୟିତ୍ୱ ଦିଆଯାଇଥିବାରୁ ସେ ବିଜେଡି ଜିଲ୍ଲା ସଭାପତି ରାକେଶ ରାମ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୁନର୍ବାର ଯୁବ ବିଜେଡିର ବ୍ଲକ ସଭାପତି ହେବାପରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ରବିନ୍ଦ୍ର କୁମାର ସାହୁ, ପ୍ରତାପ ଦେଓ, ବିଶ୍ୱନାଥ ନାୟକ, ସୋମନାଥ ଦାସ, ଶତୃଘ୍ନ ପାତ୍ର, ବୈଦ୍ୟନାଥ ସାମଲ, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ବାବୁଲି ପଟ୍ଟନାୟକ, ଚିତ୍ତ ରଞ୍ଜନ ପାତ୍ର, ସୁଧାକର ଓଝା, ଚିନ୍ମୟ ନାୟକ, ଗୌରାଙ୍ଗ ରଣା, ପ୍ରଦୀପ ଜେନା, ଧୁସାଶନ ସାହୁ, ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । । ଯୁବଜନତା ଦଳର ମୁଖ୍ୟ ଦାୟିତ୍ୱ ଅର୍ପଣ କରାଯାଇଥିବାରୁ ତାକୁ ସୁଚାରୁରୁପେ ସମ୍ଭାଳି ଯୁବ ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକରିବି ବୋଲି ଚିନ୍ମୟ ନାୟକ ପ୍ରକାଶ କରିଛନ୍ତି ।