Odiapua.com

ଚିଦାମ୍ବରମଙ୍କୁ ଝଟକା

ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ/ ପି ନାୟକ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ସିରିଜ୍‌ ଝଟ୍‌କା। ପ୍ରଥମେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଲିଷ୍ଟେଡ୍‌ ହେଲା ନାହିଁ। ଦ୍ୱିତୀୟ INX ମିଡିଆ ମାମଲାରେ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିବା ଉପରେ ଦାୟର ପିଟିସନକୁ ଅନାବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ।